ରାଇଜିଂ ଷ୍ଟାର୍‌ରୁ ଫେରିଲେ ଶଶାଙ୍କ

ଭୁବନେଶ୍ୱର : ‘କଲର୍ସ’ ଚ୍ୟାନେଲ୍‌ରେ ପ୍ରସାରିତ ରିଅଲିଟି ସୋ’ ‘ରାଇଜିଂ ଷ୍ଟାର୍‌ ସିଜନ୍‌ ୨’ରେ ନିଜ ସଂଗୀତ ଦକ୍ଷତାର ପରିଚୟ ଦେଇ ଭୁବନେଶ୍ୱର ଫେରିଛନ୍ତି ଓଡ଼ିଆ ପୁଅ ଶଶାଙ୍କ ଶେଖର। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ହେଁ ଶ୍ରେଷ୍ଠ ୮ଜଣଙ୍କ ମଧ୍ୟରୁ ସେ ବିଦାୟ ନେଇଛନ୍ତି। ଆଜି ସେ ଭୁବନେଶ୍ୱର ଫେରିବା ପରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ପ୍ରଶଂସକଙ୍କ ସମେତ, କଳାକାର ଓ ସାଙ୍ଗସାଥୀମାନେ ଉତ୍ସସିତ ସମ୍ବର୍ଧନା ଜଣାଇଥିଲେ।

ପହଞ୍ଚିବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡ଼ିଶାରୁ ତାଙ୍କୁ ବିପୁଳ ସମର୍ଥନ ମିଳିଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଏ ପର୍ଯ୍ୟନ୍ତ ଯାଇପାରିଥିଲି। ଆଗକୁ ବି ନୂଆନୂଆ ସଂଗୀତରେ ଶ୍ରୋତାଙ୍କୁ ଭରପୂର ମନୋରଂଜନ ଦେବି ବୋଲି ସେ କହିଛନ୍ତି। ସେ ଏୟାରପୋର୍ଟ୍‌ରୁ ନିଜ ସଂଗୀତ ଜୀବନର ତାଲିମ କେନ୍ଦ୍ର ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସେ ନିଜ ଗୁରୁ ଚନ୍ଦନ କୁମାର ଜେନାଙ୍କୁ ଭେଟି ଆଶୀର୍ବାଦ ନେଇ ୬ ନମ୍ବରସ୍ଥିତ ଘରକୁ ପ୍ରତ୍ୟାବର୍ତନ କରିଥିଲେ।

ସମ୍ବନ୍ଧିତ ଖବର