ଭୁବନେଶ୍ବର: ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ର ସାଉଥ୍-ୱେଷ୍ଟ୍ ଚାପ୍ଟର ଆନୁକୂଲ୍ୟରେ ଆମେରିକା ଟେକ୍ସାସ ରାଜ୍ୟର ହ୍ୟୁଷ୍ଟନ୍ ସହରସ୍ଥିତ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଦ୍ବାରା ଆଞ୍ଚଳିକ ନାଟକ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ଅଷ୍ଟିନ୍, ଡଲ୍ଲାସ, ହ୍ୟୁଷ୍ଟନ୍ ଓ ସାନ୍ ଆଣ୍ଟୋନିଓ ସହରରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଭାଗ ନେଇଥିଲେ। ମହୋତ୍ସବରେ ବିଭିନ୍ନ ମନୋରଞ୍ଜନ ଧର୍ମୀ ଏବଂ ସାମାଜିକ ସମସ୍ୟା ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା। ମହୋତ୍ସବରେ ‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’ ମଞ୍ଚସ୍ଥ ହୋଇଥିଲା। ଅଷ୍ଟିନ୍ ସହରରେ ରହୁଥିବା ପ୍ରଶାନ୍ତ ରଣବିଜୁଳି, ବିକାଶ ରାଉତ, ପ୍ରହଲ୍ଲାଦ ବେହେରା, ଚିତ୍ତ ବାରିକ, ଅଜିତ ସାହୁ, ଲେନିନ ମହାନ୍ତି, ପୃଥ୍ବୀରାଜ ପ୍ରଧାନ, ରୋଜି ସାହୁ, ସୌମ୍ୟ ଦାସ ଓ ଲିସା ଦାସ ପ୍ରମୁଖ ଏଥିରେ ଅଭିନୟ କରିଥିଲେ। ବିକାଶ ରାଉତଙ୍କ ଦ୍ବାରା ରଚିତ ଏହି ନାଟକଟିରେ ବିକାଶ ରାଉତ ଓ ସୌମ୍ୟ ଦାସ ନିର୍ଦ୍ଦେଶନା ଦେଇଥିଲେ। ବର୍ତ୍ତମାନ ସମାଜରେ ବ୍ୟାପିଥିବା ଅନ୍ଧବିଶ୍ବାସ ଉପରେ ଏହି ନାଟକଟି ଆଧାରିତ ଥିଲା। ସରୋଜ କୁମାର ପଟ୍ଟନାୟକ, ଶୁଭେନ୍ଦୁ ପ୍ରଧାନ ଓ ରୋମା ପଟ୍ଟନାୟକ ନାଟକରେ ପରିଚାଳନା ନିର୍ଦେଶନା ଦେଇଥିବା ବେଳେ ଏଥିରେ ନୀଳମାଧବ ଦାସ ଏବଂ ସୁନୟନ ମହାନ୍ତି ସହଯୋଗ କରିଥିଲେ। ନାଟକଟି ଭରପୂର୍ ମନୋରଞ୍ଜନ ଦେବା ସହ ବିଚାରକମଣ୍ଡଳୀ ଦ୍ବାରା ଶ୍ରେଷ୍ଠ ସମାଲୋଚନାତ୍ମକ ନାଟକ ଭାବେ ପୁରସ୍କୃତ ହୋଇଥିଲା। ସେହିପରି ଅଷ୍ଟିନ୍ର ଶିଶୁ କଳାକାର ମନୀଷା, ସ୍ବାଗତ, ଅର୍ମାନ, ଇଶାନ, ସୋହମ, ଶ୍ରୀତମ, ଆଶ୍ଲୋଷା, ଆୟାନା, ଦିଭ୍ୟାନି ଓ ଶିଭମ୍ଙ୍କ ଦ୍ବାରା ଅଭିନୀତ ନାଟକ ‘ଦେଶୀ...ନଟ୍ ଦେଶୀ’ ଦର୍ଶକମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲା। ମନୀଷା ଓ ଆଶ୍ଲୋଷାଙ୍କ ଦ୍ବାରା ଏହାର ରଚନା ଓ ନିର୍ଦ୍ଦେଶନା ଦିଆଯାଇଥିଲା। ସୁଦୀକ୍ଷା ପ୍ରଧାନ ଏହାର ପରିଚାଳନା ନିର୍ଦ୍ଦେଶନା ଦେଇଥିଲେ। ନାଟକଟିରେ ଆମେରିକାରେ ଜନ୍ମିତ ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ସଂସ୍କୃତି ପ୍ରତି ଆକୃଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଆମେରିକା ଓ କାନାଡାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସଂଗଠନ ‘ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସ୍’ ବହୁ ଦଶନ୍ଧି ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେଠାରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ନେଇ ଓଡ଼ିଆ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସୁଛି।
ହ୍ୟୁଷ୍ଟନ୍ରେ ପ୍ରବାସୀ ଓଡ଼ିଆଙ୍କ ଆଞ୍ଚଳିକ ନାଟକ ମହୋତ୍ସବ
/sambad/media/post_attachments/wp-content/uploads/2019/04/Untitled-15-20.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)