ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘର ୫୬ ତମ ବାର୍ଷିକ ସମ୍ମିଳନୀ ଉଦ୍ଯାପିତ ହୋଇଛି। ମଞ୍ଚେଶ୍ବର ଲାଫେଷ୍ଟା କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଆଇଏନ୍ଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ବଢ଼ିବା ଓ କର୍ମଚାରୀଙ୍କ ସଂଖ୍ୟା କମିବା ଉଦ୍ବେଗଜନକ। ସଂଘର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶକ୍ତି ବିଭାଗ ସଚିବ ସଂଗ୍ରାମ କେଶରୀ ସ୍ବାଇଁ, ସେସୁ ମୁଖ୍ୟ ବୈଷୟିକ ପ୍ରବନ୍ଧକ ସୁକାନ୍ତ ସ୍ବାଇଁ, ମାନବ ସମ୍ବଳ ଅଧିକାରୀ ସୁବ୍ରତ ମିଶ୍ର, ଓଏସ୍ଇବି ଏମ୍ପ୍ଲଇଜ୍ ଫେଡେରେସନ୍ ସାଧାରଣ ସମ୍ପାଦକ ଯତୀନ୍ଦ୍ର ରାଏ ଅତିଥି ଭାବେ ଯୋଗ ଦେଇଥିଲେ। ବିବରଣୀ ପାଠ କରିଥିଲେ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର। ପରେ ସଂଘର ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିଲେ। ପଦ୍ମନାଭ ପାଢ଼ୀ, ସୁରେଶ ବେହେରା, ଭଗବାନ ମାଣ୍ଡୋଇ, ଦୁର୍ଗାମାଧବ ଆଚାର୍ଯ୍ୟ ଉପଦେଷ୍ଟା, ଅକ୍ଷୟ ତ୍ରିପାଠୀ ସଭାପତି, ଦୀନବନ୍ଧୁ ମହାନ୍ତି କାର୍ଯ୍ୟକାରୀ ସଭାପତି, ଘନଶ୍ୟାମ ଜେନା, ପ୍ରଫୁଲ୍ଲ ପଟ୍ଟନାୟକ, କୈଳାସ ମହନ୍ତ ଓ ଡାନିଏଲ୍ ବାଗ୍ ଉପସଭାପତି, ପ୍ରଶାନ୍ତ ମହାପାତ୍ର ସାଧାରଣ ସମ୍ପାଦକ, ନରେଶ ତ୍ରିପାଠୀ, ସୂର୍ଯ୍ୟନାରାୟଣ ବିଶୋଇ, ପ୍ରଭାତ ଦାସ ଓ ଦୁର୍ଗାମାଧବ ପଣ୍ଡା ଯୁଗ୍ମ ସମ୍ପାଦକ, ରଘୁନାଥ ଚିନ୍ନାରା ମୁଖ୍ୟ ସଂଗଠନ ସମ୍ପାଦକ, ବିପିନ ସେଠୀ, ବିଜୟ ପଣ୍ଡା, ରଘୁନାଥ ଦାସ, ନିରଞ୍ଜନ ତ୍ରିପାଠୀ, ଟି. ଆପ୍ପା ରାଓ ଓ ଧୀରେନ ସାହୁ ସଂଗଠନ ସମ୍ପାଦକ, ସଞ୍ଜୀବ ବେହେରା କୋଷାଧ୍ୟକ୍ଷଙ୍କ ସମେତ ୨୧ ଜଣ ସର୍କଲ ସମ୍ପାଦକ, ୬୦ ଜଣ ଡିଭିଜନ୍ ସମ୍ପାଦକ ଓ ୯୦ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ଶେଷରେ ସଞ୍ଜୀବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ୨୬ ତାରିଖ ଦିନ ୫ ହଜାର କର୍ମଚାରୀ ଏକ ଶୋଭାଯାତ୍ରାରେ ଯାଇ ଓପିଟିସିଏଲ୍ ସିଏମ୍ଡି, ଡିଏମ୍ୟୁ ହେଡ୍ ଓ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମ୍ମିଳନୀରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଥିଲା।
ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ
/sambad/media/post_attachments/wp-content/uploads/2017/12/Electricity-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)