ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଯୋଗରେ ସ୍ନାତକୋତ୍ତର ଡିପ୍ଲୋମା, ସ୍ନାତକ ଏବଂ ସ୍ନାତକୋତ୍ତର ଉପାଧି ପାଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶେଷ ଅଧିବେଶନ ୟୁନିଟ୍ ୮ କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ହୋଇଛି। ବିଷ୍ଣୁ ପ୍ରସାଦ ପଣ୍ଡା, ଅନନ୍ୟା ଅନିନ୍ଦିତା, ଆଦିତ୍ୟ କୁମାର ଜେନାଙ୍କ ଆବାହକତ୍ୱରେ ଅଧିବେଶନରେ ୭୦ଜଣ ଅଂଶଗ୍ରହଣ କରିଥିଲେ। ସଭାରେ ବିଭିନ୍ନ ସମସ୍ୟା ଆଲୋଚନା ସହ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ସର୍ବ ସମ୍ମତି କ୍ରମେ ଓଡ଼ିଶା ରାଜ୍ୟ ଯୋଗ ସଂଘ ଗଠନ କରାଯାଇଥିଲା। ନବକିଶୋର ମହାନ୍ତି ସଂଘର ସଭାପତି, ଉଷାନ୍ତିଲତା ହୋତା ଉପସଭାପତି, ଆଦିତ୍ୟ କୁମାର ଜେନା ସାଧାରଣ ସମ୍ପାଦକ, ବିଷ୍ଣୁ ପ୍ରସାଦ ପଣ୍ଡା ସହକାରୀ ସାଧାରଣ ସମ୍ପାଦକ, ହରିହର ସାହୁ, ଅନନ୍ୟା ଅନିନ୍ଦିତା ଯୁଗ୍ମ କୋଷାଧ୍ୟକ୍ଷ, ଦୀପକ ଗିରି କାର୍ଯ୍ୟକ୍ରମ ସଂଯୋଜକ, ମଧୁସ୍ମିତା ପାତ୍ର ଯୋଜନା ସଂଯୋଜକ, ରାଜକିଶୋର ସାହୁ, ସନ୍ତୋଷ କୁମାର ସାହୁ ଆପୋଷ ବୁଝାମଣା, ଅୟସକାନ୍ତ ଦାସ ଅନ୍ତଃରାଜ୍ୟ ସଂଯୋଜକ, ମନୋଜ କୁମାର ରାଉତ ବିଦେଶ ସଂଯୋଜକ ଭାବେ ମନୋନୀତ ହୋଇଥିଲେ। ଏଥିସହ ସମସ୍ତ ଜିଲ୍ଲା ପାଇଁ ଜିଲ୍ଲା ସଂଯୋଜକ ଚୟନ କରାଯାଇଥିଲା।
ଓଡ଼ିଶା ରାଜ୍ୟ ଯୋଗ ସଂଘ ଗଠିତ
/sambad/media/post_attachments/wp-content/uploads/2018/08/WhatsApp-Image-2018-08-19-at-10.18.15-PM.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)