ଓଡ଼ିଆ ଛାତ୍ରଙ୍କ ପ୍ରୟାସକୁ ସ୍ବାମୀନାଥନ୍‌ଙ୍କ ପ୍ରଶଂସା

ଭୁବନେଶ୍ବର: ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟର ଭୂତତ୍ତ୍ବ ବିଭାଗ ‌େଶଷ ବର୍ଷର ଛାତ୍ର ସାର୍ଥକ ପ୍ରଧାନଙ୍କ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା ମିଳିଛି। ସାର୍ଥକ ଅଢ଼େଇ ବର୍ଷ ଧରି ବିଭିନ୍ନ ଖବରକାଗଜରେ ପ୍ରାଚୀନ ଭାରତୀୟ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ଆଧୁନିକ ଭାରତୀୟ ବୈଜ୍ଞାନିକଙ୍କ ଜୀବନୀ, ସଫଳତାର କାହାଣୀ ଓ ଗବେଷଣାର ଉତ୍କର୍ଷକୁ ନିଜର ଲେଖା ମାଧ୍ୟମରେ ପାଠକଙ୍କ ନିକଟରେ ପହଞ୍ଚାଇ ଆସୁଛନ୍ତି। ମହାନ କୃଷି ବିଜ୍ଞାନୀ ପ୍ରଫେସର ଏମ୍ ଏସ୍ ସ୍ବାମୀନାଥନ୍ ଇ-ମେଲ୍‌ କରି ସାର୍ଥକଙ୍କୁ ଏହି ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସାର୍ଥକଙ୍କ ଏହି ପ୍ରୟାସକୁ ସେ ପ୍ରଶଂସା କରିବା ସହ ଏହାକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ସାର୍ଥକ କହିଛନ୍ତି, ଭାରତୟ ବୈଜ୍ଞାନିକଙ୍କ ଦ୍ବାରା ବିଶ୍ବର ବିଭିନ୍ନ ତଥ୍ୟ ଓ ସିଦ୍ଧାନ୍ତ ପ୍ରଥମେ ଆବିଷ୍କୃତ ହୋଇଥିଲେ ମଧ୍ୟ ଇତିହାସରେ ତାହାକୁ ଗୁରୁତ୍ବ ଦିଆଯାଇ ନାହିଁ। ପୁଣି ପ୍ରଚାର, ପ୍ରସାର ଅଭ‌ାବରୁ ଏହା ଲୋକଲୋଚନରୁ ଦୂରେଇ ଯାଉଛି। ତେଣୁ ଲେଖା ମାଧ୍ୟମରେ ପାଠକଙ୍କ ସ‌େଚତନ କରାଇବା ପାଇଁ ଏହା ଛୋଟ ପ୍ରୟାସ। ଭବିଷ୍ୟତରେ ଏହି ଲେଖାଗୁଡ଼ିକୁ ନେଇ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଛି ବୋଲି ସାର୍ଥକ କହିଛନ୍ତି।

ସମ୍ବନ୍ଧିତ ଖବର