ଗୋ ସୁରକ୍ଷା ଆଇନ ଦାବିରେ ଓଡ଼ିଶା ସୁରକ୍ଷା ସେନାର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟରେ ଏକ ଦୃଢ଼ ଗୋ-ସୁରକ୍ଷା ଆଇନ ଦାବି ନେଇ ଆଜି ରାମ ମନ୍ଦିର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ଓଡ଼ିଶା ସୁରକ୍ଷା ସେନା। ସଭାପତି ଅଭିଶେକ ଯୋଶୀଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

ସଂଗଠନ ପକ୍ଷରୁ ଏକ ଦୃଢ଼ ଗୋ-ସୁରକ୍ଷା ଆଇନ ଚିଠା ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟରେ ଚାଲିଥିବା ଅବାଧ ଗୋ-ଚାଲାଣ ଓ ଗୋ-ହତ୍ୟାକୁ ରୋକିବା ପାଇଁ ଏକ ଦୃଢ଼ ଆଇନର ଆବଶ୍ୟକତା ରହିଛି। ଏଥିପାଇଁ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲେ ହେଁ ସରକାର ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଯଦି ରାଜ୍ୟ ସରକାର ଆସନ୍ତା ୧ବର୍ଷ ଭିତିରେ ଆଇନ ପାରିତ ନ କରନ୍ତି ତେବେ ଆସନ୍ତା ନିର୍ବାଚନରେ ଶାସକ ଦଳ ବିରୋଧରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ବିକ୍ଷୋଭରେ ଗିରିଜା ପ୍ରସନ୍ନ ଦାସ, ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ଡା, ଅରୁଣ ନାୟକ, ସଂଗ୍ରାମ କେଶରୀ ଶତପଥୀ, ଜୟପ୍ରକାଶ ଶର୍ମା, ସନ୍ତୋଷ ଚୌଧୁରୀ, ରାଜେଶ ପାତ୍ର, ଶୁଭାଶିଷ ସେନାପତି, ପ୍ରିୟବ୍ରତ ସାମଲ, ଲିଙ୍ଗରାଜ ପଣ୍ଡା ଓ ଚନ୍ଦ୍ରଶେଖର ସେନାପତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର