ଭୁବନେଶ୍ବର: ସଶକ୍ତ ଗୋ-ସୁରକ୍ଷା ଆଇନ୍ ପ୍ରଣୟନ ଦାବିରେ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ରାଜ୍ୟ ସଭାପତି ଅଭିଷେକ ଯୋଶୀଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ କର୍ମକର୍ତ୍ତା ଦାବି ପୂରଣ ନେଇ ସ୍ଳୋଗାନ୍ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେନା ପକ୍ଷରୁ କୁହାଯାଇଛି ଯେ, ୨୦୦୫ ମସିହାରେ ଜାନୁଆରି ୧୭ତାରିଖରେ ଗୋ ସୁରକ୍ଷା ଦାବି ନେଇ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହେଲେ ଏହାର ପ୍ରଭାବ ରାଜ୍ୟରେ ଦେଖାଗଲା ନାହିଁ। ଫଳରେ ରାଜ୍ୟର କେତେକ ବୁଦ୍ଧିଜୀବୀ, ଆଇନଜୀବୀ, ସାମାଜିକ କର୍ମୀଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଏହି କମିଟି ଏକ ଗୋ ସୁରକ୍ଷା ଚିଠା ପ୍ରସ୍ତୁତ କରିଥିଲା। ୨୦୧୮ ବିଧାନସଭା ଅଧିବେଶନ ସମୟରେ ଏକ ଆଇନ୍ ପ୍ରସ୍ତୁତ ଲାଗି ଏହି ଚିଠାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ଇତି ମଧ୍ୟରେ ମାସ ମାସ ସମୟ ବିତିଯାଇଥିଲେ ମଧ୍ୟ ଆଇନ୍ ପ୍ରଣୟନ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଫଳରେ ସେନା ବାଧ୍ୟ ହୋଇ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ଦାବି ପୂରଣ କରା ନଗଲେ ଅଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେନା ଚେତାବନୀ ଦେଇଛି। ଆଜିର ବିକ୍ଷୋଭରେ ରାଜ୍ୟ ଉପସଭାପତି ଗିରିଜା ପ୍ରସନ୍ନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ତା, ସ˚ଗ୍ରାମ କେଶରୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଗୋ ସୁରକ୍ଷା ଆଇନ୍ ପ୍ରଣୟନ ଦାବିରେ ଓଡ଼ିଶା ସୁରକ୍ଷା ସେନାର ଧାରଣା
/sambad/media/post_attachments/wp-content/uploads/2018/10/m16-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)