ଜାତୀୟ ତୀରନ୍ଦାଜି ପାଇଁ ଓଡ଼ିଶା ଦଳ

କଟକ: ମହାରାଷ୍ଟ୍ରରେ ଆୟୋଜନ ହେଉଥିବା ୩୮ ତମ ଏନ୍‌ଟିପିସି ଜାତୀୟ ଉପକନିଷ୍ଠ ତୀରନ୍ଦାଜି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ରିଭର୍କ ଦଳ ଅମରାବତି ଯାତ୍ରା କରିଛି। ଏହି ଦଳ ଆସନ୍ତା ୨୨ ଓ ୨୩ ତାରିଖରେ ପ୍ରତିଦ୍ବନ୍ଦ୍ବିତା କରିବ। ସେହିପରି ଆସନ୍ତା ୨୩ରେ କଂପାଉଣ୍ଡ ଦଳ ଓ ୨୭ରେ ଇଣ୍ଡିଆନ ତୀରନ୍ଦାଜି ଦଳ ଅମରାବତି ଅଭିମୁଖେ ଯାତ୍ରା କରିବେ। କଂପାଉଣ୍ଡ ଦଳ ୨୫ ଓ ୨୬ରେ ଏବଂ ୨୮ ଓ ୨୯ରେ ଇଣ୍ଡିଆନ ଦଳ ପଦକ ଅଭିଯାନ ଆରମ୍ଭ କରିବେ। ରିକର୍ଭ ଦଳର ପୁରୁଷ ବିଭାଗରେ ସୋମନାଥ ହେମ୍ବ୍ରମ, କେଶବ ବାନରା, ସଞ୍ଜୟ ଦୁରୁଆ, ସୁରେଶ ୱିକା ଏବଂ ମହିଳା ବିଭାଗରେ ମମିତା ଓରାମ, ମାନେଶ୍ବରୀ ହାଁସଦାକ, କଂପାଉଣ୍ଡ ଦଳରେ ରାହୁଲ ମାଡ଼କାମୀ, ଗାଙ୍ଗୁଲି ଗୁଡ଼ିଆ, ଭାସ୍କର ଖିଲୋ, ଅନୀଲ ହୁଲୁକା ଏବଂ ଇଣ୍ଡିଆନ ଦଳର ପୁରୁଷ ବିଭାଗରେ ତ୍ରିନାଥ ମୁଣ୍ଡା, ନେଥନିଆଲ ମଲିକ, ସଞ୍ଜୟ ଗୁଣ୍ଠା, ରତ୍ନା ମାଝୀ ଓ ମହିଳା ବିଭାଗରେ ନିହାରିକା ପୂର୍ତ୍ତି, ମଞ୍ଜୁଲତା ହାଁସଦାକ, ଚାମନୁ ଜଙ୍କା, ସୁଶୀଲା ପୁର୍ତ୍ତି ଓଡିଶା ପକ୍ଷରୁ ପ୍ରତିନିଧ୍ୱ କରିବେ। ପ୍ରଶିକ୍ଷକ ଭାବେ ରାଜେଶ ହାଁସଦାକ, ପ୍ରବନ୍ଧକ ଭାବେ ବିଶ୍ବଜିତ ସିଂ, ବିଷ୍ଣୁ ଚରଣ ଦାସ ଓ ପଙ୍କଜ କୁମାର ଖମାରୀ ଯଥାକ୍ରମେ ରିକର୍ଡ କଂପାଉଣ୍ଡ ଓ ଇଣ୍ଡିଆନ ଦଳ ସହିତ ଯାତ୍ରା କରିବେ। ଓଡିଶା ତୀରନ୍ଦାଜି ସଂଘର ସଭାପତି ଗୋକୁଳ ଚନ୍ଦ୍ର ପତି, ସମ୍ପାଦକ ସମ୍ପୁର୍ଣ୍ଣାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରଜିତ ସିଂ ଓ ବରିଷ୍ଠ ସଦସ୍ୟ ଶ୍ରଦ୍ଧାନନ୍ଦ ଦାସ, ସୁଘୋଷ ଦାସ ପ୍ରମୁଖ ଓଡିଶା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର