ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ‘ନୃତ୍ୟ ନୈବେଦ୍ୟ’ ପକ୍ଷରୁ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ତୃତୀୟ ‘ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ-୨୦୧୮’ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଶିଷ୍ଟ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିୟାନା ସିତାରିଷ୍ଟ, ଗୁରୁ ନବକିଶୋର ମିଶ୍ର, ଗୁରୁ ଧନେଶ୍ୱର ସ୍ୱାଇଁ ଓ ପ୍ରଭାତ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ବିଜୟ କୁମାର ବାରିକ ଓ ଓଡ଼ିଶୀ ସଙ୍ଗୀତ ନିର୍ଦେଶକ ଗୁରୁ ସୁକାନ୍ତ କୁମାର କୁଣ୍ଡୁଙ୍କୁ ‘୩ୟ ନୃତ୍ୟ ନୈବେଦ୍ୟ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ମନିଷା ମନସ୍ୱିନୀ, ମିନତି ମହାପାତ୍ର, ସୁଲଗ୍ନା ଜେନା, ମଧୁସ୍ମିତା ସ୍ୱାଇଁ, ଆଶ୍ୱାସନା ବିଶ୍ୱାଳ ଓ ଶ୍ରୀପୁନ୍ୟା ମହାନ୍ତି ଏକକ ନୃତ୍ୟ ପରିବେଷଣ କରିଥିଲେ। ଉତ୍ସବର ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମରେ ପୂର୍ବାହ୍ନ ଓ ଅପରାହ୍ନ ଅଧିବେଶନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୩୦ ଜଣ ନୃତ୍ୟଶିଳ୍ପୀ ଏକକ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମର ବିଚାରକ ଥିଲେ ଗୁରୁ ସଂଯୁକ୍ତା ଦାସ ଓ ଗୁରୁ ବିଜୟ କୁମାର ସାହୁ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ।

ସମ୍ବନ୍ଧିତ ଖବର