ଭୁବନେଶ୍ୱର : ଏଭରଗ୍ରିନ୍ ଫୋରମ ପକ୍ଷରୁ ଓଡ଼ିଶା ଯୁବ କନକ୍ଲେଭ୍ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଫୋରମର ପ୍ରତିଷ୍ଠାତା ତଥା ଜାତୀୟ ଯୁବ ପୁରସ୍କାର ବିଜେତା ଇଂ ପ୍ରକାଶ ଚନ୍ଦ୍ର ଜେନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ପୂର୍ବତନ ଆଞ୍ଚଳିକ ନିର୍ଦେଶକ ପ୍ରବୀର କୁମାର ପଟ୍ଟନାୟକ, କମାଣ୍ଡର ଶୈଳେନ୍ଦ୍ର ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରର ପ୍ରଗତିରେ ଯୁବପିଢ଼ିଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସଙ୍କୁ ଓଡ଼ିଶା ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶା କ୍ରୀଡ଼ା କ୍ଷେତ୍ରର ଅନେକ ଯୁବ ପ୍ରତିଭାଙ୍କୁ ଓଡ଼ିଶା ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ରେଡକ୍ରସ୍ , ଏନ୍ଏସ୍ଏସ୍ , ଏନ୍ସିସି, ସ୍କାଉଟ ଓ ଗାଇଡ୍ ଆଦି କ୍ଷେତ୍ରର ୨୬ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା। ସାଗର ବେହେରା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଏହି ଅବସରରେ ନୁଷ୍ଠାନର ସ୍ମରଣିକା ‘ଯୁବା’ ଲୋକାର୍ପିତ ହୋଇଥିଲା। ସମ୍ବର୍ଧନା ଉତ୍ସବ ପୂର୍ବରୁ ଉପସ୍ଥାପିକା ସୁପ୍ରିୟା ଦାସଙ୍କ ସଂଯୋଜନାରେ ‘ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ଯୁବପିଢ଼ିର ଭୂମିକା’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ନେତା ଭୃଗୁ ବକ୍ସିପାତ୍ର, ବିଜେଡି ନେତ୍ରୀ ସୁଲତା ଦେଓ, କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି, ତତ୍ତ୍ୱ ଟେକ୍ନୋଲୋଜିର ମୁଖ୍ୟ ଅୟସକାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଫୋରମର ଉପସଭାପତି ଡ. ଶୁଭେନ୍ଦୁ ପାଣି ଧନ୍ୟବାଦ ଦେଇଥିଲେ।
ଏଭର ଗ୍ରିନ୍ ଫୋରମ ପକ୍ଷରୁ ଯୁବ କନକ୍ଲେଭ୍
ମଧୁସୂଦନଙ୍କୁ ଜୀବନବ୍ୟାପୀ ଅବଦାନ ସମ୍ମାନ
/sambad/media/post_attachments/wp-content/uploads/2018/01/odisha-youth-conclave.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)