ଭୁବନେଶ୍ବର: ଆଜି ବିଭିନ୍ନ ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବା ବେଳେ ଭଞ୍ଜକଳାମଣ୍ଡପରେ ନୃତ୍ୟ ନୈବେଦ୍ୟ ପ୍ରସ୍ତୁତିରେ ନବମ ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ ପୂଜା ମାହୋଲକୁ ଅଧିକ ରଂଗୀନ କରିଥିଲା। ନବାଗତ ଓ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଙ୍କ ନୃ୍ତ୍ୟ ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଆଜି ପ୍ରଥମ ସନ୍ଧ୍ୟାରେ ନୃତ୍ୟ ନୈବେଦ୍ୟର ଶିଳ୍ପୀ ଅନିକେତ ପଲ୍ଲବୀ ନାୟକ, ପ୍ରଭାତ ସ୍ବାଇଁଙ୍କ ରଚିତ ଆଶାବରୀ ପଲ୍ଲବୀ ଏବଂ ଗୀତଗୋବିନ୍ଦ ଲଳିତା-ଲବଙ୍ଗ-ଲତା ନୃତ୍ୟାଭିନୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ପରେ ପରେ ଗୁରୁ ମଧୁସ୍ମିତା ମହାନ୍ତିଙ୍କ ଦ୍ବାରା ଭୂମିସୂତା ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି। ଗୁଞ୍ଜନ ଡ୍ୟାନ୍ସ ଏକାଡେମିର ଶିଳ୍ପୀ ପ୍ରିୟଙ୍କା ଜେନା ଗୁରୁ ମୀରାଦାସଙ୍କ ସଂରଚନାରେ ଭେଟି ଦେଇଥିଲେ ପଲ୍ଲବୀ ରାଜ କିରିବାଣୀ ଓ ଅଭିନୟରେ ଗୀତଗୋବିନ୍ଦରୁ ତବ ବିରହେ। ଶେଷରେ ଗୁରୁ ନିରଞ୍ଜନ ରାଉତ ସଂରଚିତ ପଞ୍ଚଭୂତ ପରିବେଷଣ କରାଯାଇଥିଲା।
ଆଜିର ସନ୍ଧ୍ୟାରେ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ନିରଞ୍ଜନ ରାଉତ, ମୀରା ଦାସ, ଶୁଭଶ୍ରୀ ମୁଖାର୍ଜି ଓ ନୃତ୍ୟ ନୈବେଦ୍ୟର ସଭାପତି ଗୁରୁ ଧନେଶ୍ବର ସ୍ବାଇଁ ଏବଂ ନିର୍ଦ୍ଦେଶକ ପ୍ରଭାତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।
ନୃତ୍ୟ ନୈବେଦ୍ୟର ଓଡ଼ିଶୀ ଉତ୍ସବ
ଆଜି ବିଭିନ୍ନ ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବା ବେଳେ ଭଞ୍ଜକଳାମଣ୍ଡପରେ ନୃତ୍ୟ ନୈବେଦ୍ୟ ପ୍ରସ୍ତୁତିରେ ନବମ ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ ପୂଜା ମାହୋଲକୁ ଅଧିକ ରଂଗୀନ...
/sambad/media/media_files/2025/09/30/untitled-22-2025-09-30-06-58-39.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)