ଚନ୍ଦ୍ରଶେଖରପୁର: ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଜର୍ମାନୀର ଲ’ ଆର୍ଟ ଡେଲଥ୍ ମୋଣ୍ଡୋ ମିଳିତ ଭାବରେ ଚଳିତ ବର୍ଷ ଜୁନ୍ ୨୫, ୨୭ ଏବଂ ୨୯ ତାରିଖରେ ଜର୍ମାନୀରେ ଆସାଫେନ୍ବର୍ଗ, ଲେଭର୍କୁସେନ୍ ଓ ସ୍କ୍ଲୋସ୍ ସାନ୍ସୋସି(ପୋଷ୍ଟସଡାମ୍/ ବର୍ଲିନ୍) ‘ଇଣ୍ଡିଆନ୍ ସ୍ୱାନ୍ ଲେକ୍’ ଶୀର୍ଷକ ଏକ ମନୋରମ ପ୍ରଦର୍ଶନ ଆୟୋଜନ କରିଥିଲେ। ୟୁରୋପୀୟ କଳା ସହ ମିଶି ଓଡ଼ିଶୀ ପ୍ରଦର୍ଶନ କରିବା ଥିଲା ଏହି ଐତିହାସିକ କାର୍ଯ୍ୟକ୍ରମର ପରିକଳ୍ପନା। ଆୟୋଜକ ଲ’ ଆର୍ଟ ଡେଲ୍ ମୋଣ୍ଡୋର ନିର୍ଦ୍ଦେଶକ ୱର୍ଣ୍ଣର ଏହର୍ହାର୍ଡଙ୍କ ଦ୍ୱାରା ଏହା କରାଯାଇଥିଲା ଏବଂ ବର୍ଲିନ୍ ସ୍ଥିତ ଭାରତୀୟ ଦୂତାବାସ ଓ ନୂଆଦିଲ୍ଲୀର ଆଇସିସିଆର୍ ଏହାକୁ ସମର୍ଥନ ଦେଇଥିଲା। ଏହି ପ୍ରସ୍ତୁତି ସ୍ୱାନ୍ ଲେକ୍ର ସୌନ୍ଦର୍ଯ୍ୟ ଏବଂ ମହାକାବ୍ୟ ନଳ ଦମୟନ୍ତୀ କାହାଣୀ ମିଶ୍ରଣରେ ହୋଇଥିଲା। ୟୁରୋପୀୟ କଳା ସହ ଓଡ଼ିଶୀର ମିଶ୍ରଣ ଥିଲା ଏକ ଦିବ୍ୟ ସଂଯୋଗ। ଚାଇକୋଭସ୍କିଙ୍କ ହ୍ରଦ, ଓଡ଼ିଶୀ ସଙ୍ଗୀତର ମୂର୍ଚ୍ଛନା ସହ ୟୁରୋପୀୟ ସଙ୍ଗୀତ ଓ ନୃତ୍ୟର ମିଶ୍ରଣ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା। ଏହି ଅନନ୍ୟ କାର୍ଯ୍ୟକ୍ରମ ୟୁରୋପୀୟ ନୃତ୍ୟଶିଳ୍ପୀ ଡେଡା କ୍ରିଷ୍ଟିନା କୋଲୋନା ଓ ଓଡ଼ିଶୀ ଗୁରୁ ଅରୁଣା ମହାନ୍ତିଙ୍କୁ ଏକାଠି କରିଥିଲା।
ସେହି ଅନୁଭୂତିକୁ ନେଇ ଆଜି ସନ୍ଧ୍ୟାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଏକ ଉପସ୍ଥାପନାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସଙ୍ଗୀତ ରଚନା କରିଛନ୍ତି ତାଇକୋଭସ୍କି ଓ ମାସିମିଲିଆନୋ ଟୋନି, ଅଗ୍ନିମିତ୍ର ବେହେରା ଓ ଧନେଶ୍ୱର ସ୍ୱାଇଁ। ବେଶଭୂଷା ପ୍ରସ୍ତୁତ କରିଛନ୍ତି ହାନ୍ନା ଗେଲ୍ସ। ସହକାରୀ ନୃତ୍ୟ ସଂଯୋଜନା କରିଛନ୍ତି ଭାଲେରି ଲାଉର୍ ଓ ଜନାର୍ଦ୍ଦନ ରାଜୁ। ଲାଇଟ୍ ଡିଜାଇନ୍ କରିଛନ୍ତି କ୍ୟାମିଲା ପିସିଓନି, ବ୍ୟାକ୍ ଷ୍ଟେଜ୍ ସପୋର୍ଟ ଦେଇଛନ୍ତି ଲିଣ୍ଡା ଏହର୍ହାର୍ଟ, ଗ୍ୟାବି ଥାନ୍ସଚିଡ୍, ଗବି ଥିଲ୍ ଓ ପ୍ରମୋଦ ରାଉତ। କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ଚଳଚ୍ଚିତ୍ର ନିର୍ମାତା ଅନନ୍ତ ମହାପାତ୍ର, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ୟୁରୋପୀୟ କଳାରେ ଓଡ଼ିଶୀ ପ୍ରଦର୍ଶନ ଏକ ଦିବ୍ୟ ସଂଯୋଗ
ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଜର୍ମାନୀର ଲ’ ଆର୍ଟ ଡେଲଥ୍ ମୋଣ୍ଡୋ ମିଳିତ ଭାବରେ ଚଳିତ ବର୍ଷ ଜୁନ୍ ୨୫, ୨୭ ଏବଂ ୨୯ ତାରିଖରେ ଜର୍ମାନୀରେ ଆସାଫେନ୍ବର୍ଗ, ଲେଭର୍କୁସେନ୍ ଓ ସ୍କ୍ଲୋସ୍ ସାନ୍ସୋସି(ପୋଷ୍ଟସଡାମ୍/ ବର୍ଲିନ୍) ‘ଇଣ୍ଡିଆନ୍ ସ୍ୱାନ୍ ଲେକ୍...
/sambad/media/media_files/2025/08/07/untitled-14-2025-08-07-07-26-46.jpg)