ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ

ପୁରୁଣା ଭୁବନେଶ୍ୱର : ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ। କିନ୍ତୁ ଏହାକୁ ଶାସ୍ତ୍ରୀୟ ମାନ୍ୟତ ଦେବାରେ ବିଳମ୍ବ କରାଯାଉଛି। ତତ୍ତ୍ୱ ଓ ଗାୟନ ଶୌଳୀ ଦୃଷ୍ଟିରୁ ଏହା ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ହକଦାର। କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଶୀ ସଙ୍ଗୀତରେ ଶାସ୍ତ୍ରୀୟ ମାନ୍ୟତା’ ଶୀର୍ଷକ ଆଲୋଚନାରେ ଏପରି ମତପ୍ରକାଶ ପାଇଛି।
ଅନୁଷ୍ଠାନର ପ୍ରତିଷ୍ଠାତା ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଡ. ରଘୁନାଥ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଗୁରୁ ରାମହରି ଦାସ ଯୋଗ ଦେଇଥିଲେ। ପ୍ରଫେସର ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଅନ୍ୟତମ ଆଲୋଚକ ଭାବେ ପ୍ରଭାତ କୁମାର ନନ୍ଦ, ଡ. କୀର୍ତନ ନାରାୟଣ ପାଢ଼ୀ ଯୋଗ ଦେଇଥିଲେ। ଯୁଗ୍ମ ସମ୍ପାଦକ ଡ. ଦେବାଶିଷ ମହାପାତ୍ର ଅତିଥି ପରିଚୟ ଦେଇଥିଲେ। ଡ. ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର