ଓଡିଏମ୍‌କୁ ନ୍ୟାସନାଲ୍‌ ସ୍କୁଲ୍‌ ଆଓ୍ଵାର୍ଡ

ଚନ୍ଦ୍ରଶେଖରପୁର: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ନ୍ୟାସନାଲ୍‌ ସ୍କୁଲ୍‌ ଆଓ୍ଵାର୍ଡ ସମାରୋହରେ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌କୁ ଚଳିତ ବର୍ଷର ସମ୍ମାନଜନକ ‘ନ୍ୟାସନାଲ୍‌ ସ୍କୁଲ୍‌ ଆଓ୍ଵାର୍ଡ’(ଏନ୍‌ଏସ୍‌ଏ) ୨୦୧୯ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ସିଓଓ ସ୍ୱୟଂ ସତ୍ୟେନ୍ଦୁ ଦିଲ୍ଲୀ ଗସ୍ତ କରି ମଙ୍ଗଳବାର ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ଅଭଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ବିଭିନ୍ନ ମାନଦଣ୍ଡରେ ମୂଲ୍ୟାଙ୍କନ କରାଯାଇ ତିନିଟି ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଅବଦାନ, ଭାରତର ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ତଥା ପ୍ରଥମ କରି ପ୍ରଯୁକ୍ତିବିଦ୍ୟାର ପ୍ରୟୋଗିକ ସଫଳତା ପାଇଁ ଓଡିଏମ୍‌ ସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ନିର୍ଦ୍ଦେଶିକା-ଇନ୍ଦୁମତୀ ରାୟ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ,ଅଭିଭାବକ ତଥା ଛାତ୍ରଛାତ୍ରୀ ସିଓଓ ଶ୍ରୀ ସତ୍ୟେନ୍ଦୁଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର