ଓଡିଏମ୍‌ରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ ସ୍କୁଲରେ ଗତ ମେ’ ୧ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ ଓ ନିର୍ଦେଶିକା ଇନ୍ଦୁମତୀ ରାୟଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିବିରରେ ରାଜ୍ୟସ୍ତରୀୟ ଖେଳାଳି ମିଥୁନ ମଜୁମଦାର, କ୍ରୀଡ଼ା ଶିକ୍ଷକ ଲଲାଟ କୁମାର ପରିଡ଼ା, ଭବାନୀ ଶଙ୍କର ସାହୁ, ରଞ୍ଜନ କୁମାର ସିଂ, ଚିନ୍ମୟୀ ବରାଳ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପିଲାମାନଙ୍କୁ ବାସ୍କେଟ ବଲ୍‌, କ୍ରିକେଟ, ବିଲିୟାର୍ଡ, ସନ୍ତରଣ, ଗେଟବଲ୍‌, ଚିତ୍ରକଳା, ଫଟୋଗ୍ରାଫି, ନୃତ୍ୟ, ସଂଗୀତ ଓ ବାଦ୍ୟଯନ୍ତ୍ର କ୍ଷେତ୍ରରେ ତାଲିମ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସଂଯୋଜିକା ସନ୍ଧ୍ୟାରାଣୀ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଝିନୁକ ଦତ୍ତାରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଉପାଧ୍ୟକ୍ଷ ରାଜେଶ ପାଢ଼ୀ, ସୁଲତାରାଣୀ ସାହା, ସୁପ୍ରଭା ମହାନ୍ତି, ସୁମିତା ବିଶ୍ୱାସ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସତ୍ୟଜିତ୍‌ ମହାପାତ୍ର ଏବଂ ସୁକେଶ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର