ଭୁବନେଶ୍ୱର : ଓଡ୍ରାଫ୍ କର୍ମଚାରୀଙ୍କ ଅବିଶ୍ରାନ୍ତ ପରିଶ୍ରମ ଫନି ପ୍ରଭାବିତ ପରିସ୍ଥିତିକୁ ସ୍ବାଭାବିକ କରିବାରେ ସଫଳ ହୋଇଛି। ଫନି ପରର ସ୍ଥିତି ମୁକାବିଲାରେ ଓଡ୍ରାଫ୍ର ଏହି ଅତୁଳନୀୟ ଅବଦାନ ଓଡ଼ିଶା ପୁଲିସ୍କୁ ଲୋକଙ୍କର ଆସ୍ଥା ଭାଜନ କରିଛି। ଫନିର ୨୪ ଘଣ୍ଟା ଭିତରେ ଜାତୀୟ ରାଜପଥ ଓ ଭୁବନେଶ୍ବରର ପ୍ରମୁଖ ରାସ୍ତାମାନଙ୍କୁ ଚଳପ୍ରଚଳ ଯୋଗ୍ୟ କରାଯାଇଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ରାଜଧାନୀର ପ୍ରତ୍ୟେକ ରାସ୍ତାକୁ ସ୍ବାଭାବିକ କରାଯାଇପାରିଛି। ତାହା କେବଳ ଏମାନଙ୍କର ଅକ୍ଳାନ୍ତ ପରିଶ୍ରମ ଦ୍ବରା ସମ୍ଭବ ହୋଇ ପାରିଛି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଅନେକାଂଶରେ ସ୍ଥିତି ଅନୁକୂଳ ଥିବା ବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟରେ ପରିସ୍ଥିତି ସମ୍ପୂର୍ଣ୍ଣ ପ୍ରତିକୂଳ ଥାଏ। ପ୍ରତିକୂଳ ପରିସ୍ଥିତିରେ ଏହି ଅବଦାନ ପାଇଁ ଓଡ୍ରାଫ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ଆଜି ଅପରାହ୍ଣରେ ପୁଲିସ ଭବନରେ ଭୁବନେଶ୍ବରରେ କାର୍ଯ୍ୟରତ ଓଡ୍ରାଫ୍ ଟିମ୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସେ ଏପରି କହିଛନ୍ତି। କମିସନର ଶ୍ରୀ ମହାନ୍ତି ଢେଙ୍କାନାଳ ଓଏସ୍ଏପି ପ୍ରଥମ ବାଟାଲିୟନ, ଝାରସୁଗୁଡ଼ା ଦ୍ବିତୀୟ ବାଟାଲିୟନ, ଭୁବନେଶ୍ବର ୭ମ ବାଟାଲିୟନ, କୋରାପୁଟ୍ ପ୍ରଥମ ଆଇଆର ବାଟାଲିୟନ, ଦେବଗଡ଼ ୪ର୍ଥ ଆଇଆର ବାଟାଲିୟନ ଓ ବାଲେଶ୍ବର ଜିଲ୍ଲା ପୁଲିସର ବାଟାଲିୟନକୁ ସମ୍ବର୍ଦ୍ଧିତ କରିଛନ୍ତି। ୭ଟି ଟିମ୍ର ମୁଖିଆଙ୍କ ସମେତ ୨୪୦ ଜଣ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କେବଳ ରାସ୍ତା ପରିଷ୍କାର ନୁହେଁ, ବରଂ ବିଦ୍ୟୁତ ସଂଯୋଗ ପାଇଁ ପୁନରୁଦ୍ଧାର କାମରେ ମଧ୍ୟ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ଓ ଡିସିପି(ମୁଖ୍ୟାଳୟ) ପଦ୍ମିନୀ ସାହୁ ଉପସ୍ଥିତ ଥିଲେ।
ଫନି ପୁନରୁଦ୍ଧାର କାମରେ ସଫଳତା ପାଇଁ ଓଡ୍ରାଫ୍କୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2019/05/m16-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)