ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଜଣେ  ଯୁବକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ସଦସ୍ୟ ଆଣିଛନ୍ତି।  ମୃତ ଯୁବକଙ୍କ ନାଁ ସ୍ୱରାଜ ବେହେରା । ମୃତକଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। 

Advertisment

କ୍ଷତାକ୍ତ ଅବସ୍ଥାରେ ପୁନାମା ଗେଟ ନିକଟସ୍ଥ ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିଛି। ସ୍ବରାଜଙ୍କ  ପିଠି ଓ ଦେହରେ ଖଣ୍ଡା ଚୋଟର ଚିହ୍ନ ରହିଥିବା ଦେଖିବାକୁ ମିଳିଛି।  ଘଟଣାସ୍ଥଳରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। 

ଅଧିକ ପଢ଼ନ୍ତୁ: ଥଇଥାନ ନ କରି ଉଚ୍ଛେଦ କରୁଥିବା ଅଭିଯୋଗ: ତାତିଲେ ‌ଲୋକେ

ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟୁଥିବାରୁ ଭୁବନେଶ୍ବର ଅପରାଧର ଆଡ୍ଡା ପାଲଟିଛି ବୋଲି କୁହାଯାଉଛି, ପୂର୍ବରୁ ଏୟାରପୋର୍ଟ ଅଞ୍ଚର ଜଣେ ଯୁବକଙ୍କୁ ମାରି ଗାଁ ଦାଣ୍ଡରେ ଫିଙ୍ଗି ଦେଇଥିଲେ । ଯାହା କମିସନରେଟ ପୁଲିସ ପାଇଁ ମୁଁ ମୁଣ୍ଡବ୍ୟଥାର କାରଣ ହୋଇଛି। 

ଅଧିକ ପଢ଼ନ୍ତୁ: ଗାଜାରେ ଇସ୍ରାଏଲର ଆକ୍ରମଣ: ୪ ଶିଶୁଙ୍କ ସମେତ ୧୨ ପାଲେଷ୍ଟାଇନ ମୃତ