ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଅଞ୍ଚଳର ଅଧିକାରୀମାନଙ୍କ ନିମନ୍ତେ ରାଜଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀକୁ କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବ୍ୟାଙ୍କ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି, ଭୁବନେଶ୍ୱରର ସଦସ୍ୟ ସଚିବ ତଥା ସହାୟକ ମହାପ୍ରବନ୍ଧକ (ରାଜଭାଷା) ଆଲୋକ କୁମାର ମୁଖ୍ୟ ଅତିଥି ବକ୍ତା ରୂପେ ଉପସ୍ଥିତ ଥିଲେ। କ୍ଷେତ୍ର ମହାପ୍ରବନ୍ଧକ ଶ୍ରୀ ପ୍ରଧାନ ଅଧିକାରୀମାନଙ୍କୁ ସମ୍ବୋଧିତ କରି ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫିନାକେଲ୍ ଓ ସିବିଏସ୍ରେ ହିନ୍ଦୀ ଏବଂ କ୍ଷେତ୍ରୀୟ ଭାଷାଗୁଡିକୁ ଲାଗୁ କରାଯାଇଛି ବୋଲି କହିଥିଲେ।
ୟୁନିୟନ୍ ବ୍ୟାଙ୍କ କଲ୍ ସେଣ୍ଟରରେ ମଧ୍ୟ ଇଂରାଜୀ ବ୍ୟତୀତ ୧୦ଟି ଭାରତୀୟ ଭାଷାର ପ୍ରୟୋଗ କରାଯାଉଛି। ବ୍ୟାଙ୍କର ଏସ୍ଏମ୍ଏସ୍ ସୁବିଧା ମଧ୍ୟ ଇଂରାଜୀ ବ୍ୟତୀତ ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ କରାଯାଇଛି। ନିକଟରେ ୟୁନିୟନ୍ ବ୍ୟାଙ୍କ ‘ୟୁନିୟନ୍ ଭର୍ଚୁଆଲ କନେକ୍ଟ’ ସେବାର ଆରମ୍ଭ କରିଛି ଯାହା ‘ହ୍ୱାଇଟ୍ ଆପ୍ ବ୍ୟାଙ୍କିଙ୍ଗ୍’ ନାମରେ ଜଣାଶୁଣା ବୋଲି ସେ କହିଥିଲେ। ମୁଖ୍ୟ ଅତିଥିବକ୍ତା ଆଲୋକ କୁମାର ‘ରାଜଭାଷା କାର୍ଯ୍ୟାନ୍ୱୟନରେ ଅଧିକାରୀମାନଙ୍କ ଭୂମିକା’ ବିଷୟ ଉପରେ ଅଧିକାରୀମାନଙ୍କ ମାର୍ଗଦର୍ଶନ କରିଥିଲେ। କ୍ଷେତ୍ରୀୟ କାର୍ଯ୍ୟାନ୍ୱୟନ କାର୍ଯ୍ୟାଳୟ, ରାଜଭାଷା ବିଭାଗ, ଗୃହ ମନ୍ତ୍ରଣାଳୟ ଭାରତ ସରକାର, କୋଲକାତାର ଉପନିର୍ଦ୍ଦେଶକ ପ୍ରଭାରୀ ନିର୍ମଳ କୁମାର ଦୁବେ ‘ରାଜଭାଷା କାର୍ଯ୍ୟାନ୍ୱୟନର ଭିନ୍ନ ଭିନ୍ନ ପ୍ରକାର’ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ।
ୟୁନିୟନ୍ ବ୍ୟାଙ୍କର କେନ୍ଦ୍ରୀୟ କାର୍ଯ୍ୟାଳୟ, ମୁମ୍ବାଇରୁ ରାଜଭାଷା ବିଭାଗର ସହାୟକ ମହାପ୍ରବନ୍ଧକ ଡ. ସୁଲଭା କୋରେ ‘ୟୁନିୟନ୍ ବ୍ୟାଙ୍କରେ ରାଜଭାଷା କାର୍ଯ୍ୟାନ୍ୱୟନ’ ବିଷୟ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ଉପ-ଅଞ୍ଚଳ ମୁଖ୍ୟ ବିବେକାନନ୍ଦ ଷଡ଼ଙ୍ଗୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କ୍ଷେତ୍ରୀୟ କାର୍ଯ୍ୟାଳୟ, କଟକର ରାଜଭାଷା ପ୍ରଭାରୀ କୁନ୍ଦନ ଭଗତ ତଥା କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱରର ପ୍ରୀତି ସାଓ ସମ୍ମିଳନୀ ଆୟୋଜନରେ ସହଯେଗ କରିଥିଲେ। ବରିଷ୍ଠ ପ୍ରବନ୍ଧକ ଅଖିଳେଶ କୁମାର ସମ୍ମଳନୀର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/43-10.jpg)