ଓଜିବି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ‌ବୈଠକ

ଭୁବନେଶ୍ବର : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସମସ୍ତ ଜିଲ୍ଲାରୁ ପ୍ରତିନିଧି ଯୋଗ ଦେଇଥିଲେ। କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବ୍ୟାଙ୍କର ଉନ୍ନତି ପାଇଁ ବର୍ତ୍ତମାନର ଅଧ୍ୟକ୍ଷ ବୃନ୍ଦାବନ ନାୟକଙ୍କୁ ସହ‌େଯାଗ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। କେନ୍ଦ୍ରୀୟ ସଂଗଠନର ସାଧାରଣ ସମ୍ପାଦକ ସରୋଜ କୁମାର ପ୍ରଧାନ ବ୍ୟାଙ୍କର ଉନ୍ନତି ଦିଗରେ ସମସ୍ତଙ୍କ ଦାୟିତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନର ସଭାପତି ପୁରୁଷୋତ୍ତମ ପ୍ରଧାନ ଓ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ନାୟକ ବୈଠକକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ମହାକୁଡ଼, ରତ୍ନାକର ପୃଷ୍ଟି, ନବଘନ ଜେନା, ଲକ୍ଷ୍ମୀଧର ସାହୁ, ପିତାମ୍ବର ରାଉତ, ବନବିହାରୀ ପୃଷ୍ଟି, ରଶ୍ମିରଞ୍ଜନ ମହାପାତ୍ର ଓ ଅମୂଲ୍ୟ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର