ବୃକ୍ଷରୋପଣ ବାର୍ତା ଦେବାକୁ ଓଡ଼ିଆ ପୁଅ ସିଦ୍ଧାର୍ଥ ଶଙ୍କରଙ୍କ ୫ହଜାର କିଲୋମିଟର ଯାତ୍ରା

ଭୁବନେଶ୍ବର : ବୃକ୍ଷରୋପଣର ବାର୍ତା ନେଇ ଆଜି ଭୁବନେଶ୍ବରରୁ ବାଇକ୍‌ରେ ୫ ହଜାର କିଲୋମିଟର ଯାତ୍ରା ଆରମ୍ଭ କରିଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ଶଙ୍କର। ଭାରତ ହିରୋ ସହଯୋଗରେ ସେ ଏହି ଯାତ୍ରା ଆଜି ଆରମ୍ଭ କରିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ତାଙ୍କର ଯାତ୍ରା ଶେଷ ହେବ। ବିଶ୍ବବିଦିତ ୪୦୦ ବର୍ଷର ଏହି ପୁରୁଣା ମଠ ତାୱାଙ୍ଗକୁ ଖରାପ ପାଗ ସତ୍ତ୍ବେ ଯାତ୍ରା ଆରମ୍ଭ କରିବା ପରେ ତାଙ୍କୁ ବହୁ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇବା ସହ ସଫଳ ଯାତ୍ରା କାମନା କରିଛନ୍ତି।

ସିଦ୍ଧାର୍ଥଙ୍କ କହିବା ମୁତାବକ, ଆମ ପିଢ଼ି ଏମିତି ଏକ ସମୟରେ ଉପନୀତ ହୋଇଛି, ଯେଉଁମାନେ ହିଁ ପରିବେଶ କ୍ଷେତ୍ରରେ ପ୍ରକୃତ ପରିବର୍ତନ ଆଣିପାରିବେ। ଏବେଠୁ ବୃକ୍ଷରୋପଣ ଆରମ୍ଭ କଲେ ହିଁ ଆଗାମୀ ପିଢ଼ି ସୁରକ୍ଷିତ ରହିପାରିବେ। ତେଣୁ ସଂପ୍ରତି ପରିବେଶ ପାଇଁ ବୃକ୍ଷରୋପଣ ସବୁଠୁ ବଡ଼ ଆବଶ୍ୟକତା ରହିଥିବା ବେଳେ ଏହି ଉଦ୍ଦେଶ୍ୟ ନେଇ ମୋର ଏହି ୫ହଜାର କିଲୋମିଟରର ଯାତ୍ରା। ଏହି ସମୟରେ ଜାତୀୟ ରାଜପଥରେ ଲମ୍ବା ପଥ ଅତିକ୍ରମ କରିବା ସହ ଟ୍ରେଚର୍‌ ଟ୍ରେଲ୍ସ ଓ ବହୁତ କମ୍ ତାପମାତ୍ରା ପରିବେଶ ଦେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ। ଭାରତ ହିରୋ ପକ୍ଷରୁ ତାଙ୍କୁ ଆଜି ବିଦାୟ ଦିଆଯାଇଛି।

ସମ୍ବନ୍ଧିତ ଖବର