ପାରମ୍ପରିକ ଓ ଡିଜାଇନର୍‌ ପୋଷାକର ପସରା ‘ଓଜସ୍ବିନୀ ପ୍ରଦଶର୍ନୀ’

ଭୁବନେଶ୍ବର: ଆସିଯାଇଛି ପାର୍ବଣ ଋତୁ। ପାର୍ବଣର ଗୋଟିଏ ପରେ ଗୋଟିଏ ପସରା ମେଲି ଚାଲିଥିବା ବେଳେ ଆଗକୁ ଆସୁଛି ଓଡ଼ିଶାର ବଡ଼ ପର୍ବ ଦଶହରା ଓ ଦୀପାବଳୀ। ଏହି ଦିନରେ ସ୍ମାର୍ଟସିଟିବାସୀଙ୍କ ପାରମ୍ପରିକ ପୋଷାକର ଆବଶ୍ୟକତାକୁ ପୂରଣ କରିବା ତଥା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ହସ୍ତତନ୍ତ ଶାଢ଼ି ଓ ଡିଜାଇନର୍‌ ପୋଷାକ ଯୋଗାଇ ଦେବା ଉଦ୍ଦେଶ୍ୟରେ ‘ସିଂଜିନୀ’ ପକ୍ଷରୁ ଆରମ୍ଭ ହୋଇଯାଇଛି ‘ଓଜସ୍ବିନୀ ପ୍ରଦଶର୍ନୀ’। ଆଜି ଭୁବନେଶ୍ବର କ୍ଲବ୍‌ଠାରେ ଅନୁଷ୍ଠିତ ଏହି ପ୍ରଦଶର୍ନୀକୁ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନା‌ୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏଥିରେ ଭାରତୀୟ କାରିଗରମାନଙ୍କ ଦ୍ବାରା ବୁଣାଯାଇଥିବା ବିଭିନ୍ନ ହସ୍ତତନ୍ତ ପୋଷାକ ଓ ଶାଢ଼ି ଉପଲବ୍ଧ ହେଉଛି। ଏଥିରେ ବନାରସୀ ହସ୍ତତନ୍ତଠାରୁ ଆରମ୍ଭ କରି ଦକ୍ଷିଣୀ ସିଲ୍କ, ଓଡ଼ିଶା ଇକ୍କତ୍‌ ଆଦି ସ୍ବତନ୍ତ୍ର କାରିଗରଙ୍କଠାରୁ ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ହେଉଛି। ପ୍ରଦର୍ଶନୀ ଆସନ୍ତାକାଲି ଯାଏଁ ଚାଲିବ। ‘ସିଂଜିନୀ’ର ସତ୍ତ୍ବାଧିକାରୀ ସ୍ମିତା ଜେସ୍ଥି ପ୍ରଦର୍ଶନୀର ଆୟୋଜନ କରିଛନ୍ତି।

ସମ୍ବନ୍ଧିତ ଖବର