ଓଜେଇଇ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ବର : ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୧୨ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଅନ୍‌ଲାଇନରେ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ ଏବେ ତାହାକୁ ଏପ୍ରିଲ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପ୍ରିଲ ୧୦ ସୁଦ୍ଧା ଅନ୍‌ଲାଇନ୍‌ ଆବେଦନ ଫି’ ଦାଖଲ ହେବ। ଏପ୍ରିଲ୍‌ ୨୦ରୁ ଆବେଦନକାରୀମାନେ ଓଜେଇଇ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ବିଶ୍ବବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜଗୁଡ଼ିକରେ ଥିବା ଲାଟେରାଲ୍‌ ଏଣ୍ଟ୍ରି ବି‌.ଟେକ୍‌, ବି.ଫାର୍ମାସି, ଲାଟେରାଲ୍‌ ଏଣ୍ଟ୍ରି ଫାର୍ମାସି, ଏମ୍‌.ଫାର୍ମାସି, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ୍‌ ଏଣ୍ଟ୍ରି ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ପ୍ଲାନ୍‌, ଏମ୍‌.ଆର୍କିଟେକ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଓଜେଇଇ ଅନୁଷ୍ଠିତ ହେବ। ଏଥିସହ ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ୍‌ ଏଣ୍ଟ୍ରି ଏମ୍‌ସିଏ, ଏମ୍‌.ଫାର୍ମା, ଏମ୍‌.ଟେକ୍‌, ଏମ୍‌.ପ୍ଲାନ୍‌ ଓ ଏମ୍‌.ଆର୍କିଟେକ୍‌ ପରି ପିଜି ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି)ଅନୁଷ୍ଠିତ ହେବ। ମେ’ ୧୨ରୁ ୨୦ ତାରିଖ ମଧ୍ୟରେ ସିବିଟି ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର