ଭୁବନେଶ୍ୱର ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍)ର ବାର୍ଷିକ ଉତ୍ସବ ‘ଗରୁଡ଼ ଉଡ଼ାଣ-୨ଠ୨୩’ କିମ୍ସ ଅଡିଟୋରିୟମ୍ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ୪୫ଠରୁ ଊର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଊର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ ସଂଯୋଜକ ଯୋଗ ଦେଇଥିଲେ। ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ମନୋରଂଜନ ପୁଥାଳ ପ୍ରଦ୍ୱୀପ ପ୍ରଜ୍ୱଳନ କରି ‘ଗରୁଡ ଉଡ଼ାଣ’ର ବିଶେଷତ୍ୱ, ଉଦ୍ଦେଶ୍ୟ ଓ ସ୍ୱତନ୍ତ୍ରତା ବ୍ୟାଖ୍ୟା କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଅର୍କକୁମାର ଦାସ ମହାପାତ୍ର ମୁଖ୍ୟ ଅତିଥି ଓ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ସସ୍ମିତା ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓକେସିଏଲର ପଦାଧିକାରୀମାନେ ସୂଚନା ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ ତଥା ନିଯୁକ୍ତି ଓ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ପାଠ୍ୟକ୍ରମ ଉପସ୍ଥାପନା କରିଥିଲେ। କୁଳପତି ପ୍ରଫେସର୍ ଦାସ ମହାପାତ୍ର, ଓକେସିଏଲ୍ର ବିଭିନ୍ନ ପାଠ୍ୟକ୍ରମଗୁଡିକୁ ପ୍ରଶଂସା କରିବା ସହିତ ଉପସ୍ଥିତ ଓକେସିଏଲ୍ର ଭାଗୀଦାରିମାନଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। କିଟ୍ କୁଳପତି ପ୍ରଫେସର୍ ସାମନ୍ତ ଉପସ୍ଥିତ ଓକେସିଏଲ୍ର ଭାଗୀଦାରିମାନଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଉଦ୍ୟୋଗୀ ଭାବେ ଆହୁରି ସଫଳ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ପୁଥାଳ ନିରନ୍ତର ବିକାଶ ଗୋଲ ଉପରେ ନିଜର ସାରଗର୍ଭକ ବାର୍ତ୍ତା ଦେଇଥିଲେ। ସସ୍ମିତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।