ଭୁବନେଶ୍ବର : ’ଓଲା’ ପକ୍ଷରୁ ରବିବାର ଭୁବନେଶ୍ବର ଓ କଟକରେ ଆରମ୍ଭ ହୋଇଛି ଜରୁରୀକାଳୀନ ସେବା। ଏହି ସେବା କେବଳ ଡାକ୍ତରଖାନାକୁ ଯିବାଆସିବା ଲାଗି ଉଦ୍ଦିଷ୍ଟ ବୋଲି ‘ଓଲା’ ପକ୍ଷରୁ ସ୍ବଷ୍ଟ କରାଯାଇଛି। ଏଥିଲାଗି ପୁଲିସ କମିସନରେଟ୍ ‘ଓଲା’ ସହ ଅନୁବନ୍ଧିତ ୧୦୦ଟି ଗାଡ଼ିକୁ ଲକଡାଉନ୍ ପାସ୍ ପ୍ରଦାନ କରିଛନ୍ତି।
‘ଓଲା’ ପକ୍ଷରୁ ଆଜି ଏହାର ଗ୍ରାହକମାନଙ୍କୁ ସୂଚନା ଦିଆଯାଇଛି କି ଲକଡାଉନ୍ ସମୟରେ ବରିଷ୍ଠ ନାଗରିକ ଅଥବା ଜରୁରୀଭାବେ ସ୍ବାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଏହି ସେବା ବ୍ୟବହାର କରିପାରିବେ। ସେମାନେ ନିଜ ଘରୁ ଡାକ୍ତରଖାନାକୁ ଓ ଡାକ୍ତରଖାନାରୁ ଘରକୁ ଆସିପାରିବେ। ଏଥିସହ ‘ଓଲା’ ପକ୍ଷରୁ ଏକ ଡାକ୍ତରଖାନା ତାଲିକା ମଧ୍ୟ ଦିଆଯାଇଛି। ସୂଚନା ଅନୁସାରେ, କେବଳ ଦୁଇ ଜଣ ଗାଡ଼ିରେ ଯାଇପାରିବେ ଏବଂ ଯାତ୍ରାକାଳରେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରାଯିବ।
ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁ ଓ ଭାଇଜାଗ୍ ପରେ ଦେଶର ୩ୟ ସ୍ଥାନ ଭାବେ ଭୁବନେଶ୍ବର ଓ କଟକରେ ‘ଓଲା’ ପକ୍ଷରୁ ଏହି ଜରୁରୀକାଳୀନ ସେବା ଆରମ୍ଭ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/ola_cabs_logo.jpg)