ପୁରୁଣା ଭୁବନେଶ୍ୱର: ଭାଗ ନେଲେ ୭୩୨ଜଣ ଛାତ୍ରଛାତ୍ରୀ

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଜୋନ୍‌ର ୨ଟି କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାରେ ମୋଟ ୭୩୨ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୪୩୪ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ପୂର୍ଣ୍ଣିିମା ପ୍ରିୟଦର୍ଶିନୀ ପ୍ରଥମ, ପୋଖରୀପୁଟ୍‌ ଡିଏଭି ପବ୍ଲିକ୍‌ ସ୍କୁଲ ଛାତ୍ର ସାଇ ଅଂଶୁମାନ ଦ୍ଵିତୀୟ ଓ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରଜକ୍ତା ପଟ୍ଟନାୟକ ତୃତୀୟ ହୋଇଥିଲେ। ହସ୍ତାକ୍ଷର ପ୍ରତିଯୋଗିତାରେ ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଆୟୁଶ୍ରୀ ମହାନ୍ତି ପ୍ରଥମ, ରାମକୃଷ୍ଣ ମିସନ ବିବେକାନନ୍ଦ ଏମ୍‌ଇ ସ୍କୁଲର ଛାତ୍ର ସୋନମ ସାହୁ ଦ୍ଵିତୀୟ ଓ ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସୌମ୍ୟାଶ୍ରୀ ମହାରଣା ତୃତୀୟ ହୋଇଥିିଲେ। ଭାଷାଜ୍ଞାନ-ପ୍ରବନ୍ଧରେ ଗୋସାଗରେଶ୍ୱର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀ ସୁଧୃତି ମହାନ୍ତି ପ୍ରଥମ, କେଦାରଲେନ୍‌ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ରୀ ସୁରଭି ପ୍ରିୟଦର୍ଶିନୀ ସାହୁ ଦ୍ଵିତୀୟ ଓ ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶାଶ୍ୱତ ପ୍ରଧାନ ତୃତୀୟ ହୋଇଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ଡ. ହରେକୃଷ୍ଣ ପାତ୍ର, ଅଧ୍ୟାପକ ଡ. ଦେବାଶିଷ ମହାପାତ୍ର, ପଞ୍ଚାନନ ସାମଲ, ରାଜେଶ ପଣ୍ଡା, ଧୃତିକାମ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବିଜେଇଏମ୍‌ ସ୍କୁଲ କେନ୍ଦ୍ରରେ ଭାଗ ନେଇଥିବା ୨୯୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚିତ୍ରାଙ୍କନରେ ବିଜେଇଏମ୍‌ ସ୍କୁଲ ଛାତ୍ର ଆୟୁଷ୍ମାନ ପାଢ଼ୀ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ରୁଚିକା ବିଶ୍ୱାଳ ଦ୍ଵିତୀୟ ଓ ବିଜେଇଏମ୍‌ ସ୍କୁଲର ଛାତ୍ରୀ ନିତ୍ୟାଂଶୁ ଦ୍ଵିବେଦୀ ତୃତୀୟ ହୋଇଥିଲେ। ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍‌ ସ୍କୁଲର ଛାତ୍ରୀ ଆଦିତି ହରିଚନ୍ଦନ ପ୍ରଥମ, ବଡ଼ଗଡ଼ ବ୍ରିଟ୍‌ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମଧୁସ୍ମିତା ପ୍ରଧାନ ଦ୍ଵିତୀୟ ଓ ଛାତ୍ରୀ ପ୍ରାପ୍ତି ମହାରଣା ତୃତୀୟ ହୋଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧରେ ରାମକୃଷ୍ଣ ମିସନ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟା ସଙ୍ଗୀତା ପ୍ରଥମ, ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆୟୁଷା ସ୍ୱାଇଁ ଦ୍ଵିତୀୟ ଓ ମା’ ଭୁବାସିନୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରୀତିପୂଜା ପ୍ରଧାନ ତୃତୀୟ ହୋଇଥିଲେ। ବିଚାରକ ଭାବେ ପ୍ରକାଶ ଚନ୍ଦ୍ର ଦାଶ, ସ୍ନେହଲତା ପୃଷ୍ଟି, ଚନ୍ଦନ ସାମଲ, ବିଶ୍ୱକାନ୍ତ ପଣ୍ଡା, ବିଜେଇଏମ୍‌ ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା ଓ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର