ବାଲିଅନ୍ତା: ଭୁବନେଶ୍ବର ପୂର୍ତ୍ତ ବିଭାଗ-୪ ଅଧୀନ ପୁରୁଣା ଜଗନ୍ନାଥ ସଡ଼କ ପାର୍ଶ୍ବରୁ ଆଜି ବ୍ୟାପକ ଜବରଦଖଲ ଉଚ୍ଛେଦ କରାଯାଇଛି। ଭୁବନେଶ୍ବର-କଟକ ଜାତୀୟ ରାଜପଥ ହଂସପାଳ କେନାଲ ଛକଠାରୁ ବାଲିଅନ୍ତା ବଜାର ସଂଲଗ୍ନ ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଛି। ମହାତ୍ମା ସେତୁକୁ ସଂଯୋଗ କରୁଥିବା ଉକ୍ତ ରାସ୍ତାର ଦେଢ଼ କିମି ପର୍ଯ୍ୟନ୍ତ ରାସ୍ତାରେ ବେଆଇନ ଭାବେ ଗଢ଼ି ଉଠିଥିବା ୨୫ଟି ଆଜବେଷ୍ଟସ ଘର, ୯ଟି ଚାଳ ଝୁମ୍ପୁଡ଼ି, ଦୁଇଟି ଛାତ ଘର, ୬ଟି କ୍ୟାବିନ୍ ଏବଂ ଗୋଟିଏ ଗ୍ରିଲ୍ଗେଟକୁ ଡୋଜର୍ ଲଗାଇ ଭାଙ୍ଗି ଦିଆଯାଇଛି।
ବିଡିଏର ଏନ୍ଫୋର୍ସମେଣ୍ଟ ଟିମ୍ ସହାୟତାରେ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ବେଆଇନ ନିର୍ମାଣ ଉଚ୍ଛେଦ ବେଳେ ପୂର୍ତ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ଏନ୍ଫୋର୍ସମେଣ୍ଟ ଟିମ୍ର ଅଧିକାରୀ ପ୍ରମୋଦ ପାତ୍ର ଏବଂ ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗଣ୍ଡଗୋଳ ଆଶଙ୍କାରେ ପୁଲିସ ମୁତୟନ ହୋଇଥିଲେ ବି ଆଜି ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ରାସ୍ତାକୁ ୨୦୦ ଫୁଟ ଚଉଡ଼ା କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ମଂଜୁର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/89f7gh98dg7h98dgjdgdggjgdgjdgjgj.jpg)