ଧଉଳି : ଧଉଳି ଥାନା ଅନ୍ତର୍ଗତ ଇଟିପୁର ଗ୍ରାମର ରବୀନ୍ଦ୍ର କୁମାର ବେହେରା (୫୫) ନାମକ ଜଣେ ବୃଦ୍ଧ ଆଜି ଅପରାହ୍ଣରେ ଶୋଇବାକୁ ଯିବାବେଳେ ଖଟ ଉପରେ ଟଳିପଡ଼ିଛନ୍ତି। ରବୀନ୍ଦ୍ରଙ୍କ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ପତ୍ନୀଙ୍କର ସନ୍ଦେହ ହୋଇଥିଲା। ସେ ବଡ଼ପାଟିରେ ଡାକି ତାଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ। ହେଲେ ସେତବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ରବୀନ୍ଦ୍ରଙ୍କର ନୂଆଗାଁ ବଜାରରେ ଏକ ଚିକେନ୍‌ କାଉଣ୍ଟର୍‌ ଅଛି। ଆଜି ସେ ଅପରାହ୍ଣରେ ଦୋକାନରୁ ଘରକୁ ଫେରି ଖାଇପିଇ ଶୋଇବାକୁ ଯାଇଥିଲେ । ହେଲେ ସନ୍ଧ୍ୟାରେ ଖଟ ଉପରୁ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଧଉଳି ଥାନାରେ କେସ୍‌ ନଂ ୧୨/୧୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।