କଟକରେ ଗାତରେ ପଡିଗଲେ ବୃଦ୍ଧ

କଟକ: ସିଲଭର ସିଟିବାସୀଙ୍କୁ ବର୍ଷା ଚିନ୍ତା । ଅସରାଏ ବର୍ଷାରେ ବେହାଲ ସିଲଭର ସିଟି । ମଝିରାସ୍ତାରେ ଖେଳୁଛି ପାଣିର ଚକ୍ରବ୍ୟୁହ । ବର୍ଷା ହେଲେ ପୋଖରୀରେ ପରିଣତ ହୋଇଯାଉଛି ରାଜରାସ୍ତା । ସିସିଟିଭିରେ କଏଦ୍ ହୋଇଥିବା ଏହି ଦୃଶ୍ୟ ହିଁ ବୟାନ୍ କରୁଛି କଟକ ମହାନଗର ନିଗମର ଅପରାଗତା । ଏହି ଭିଡ଼ିଓକୁ ଦେଖିଲେ ସିଲଭର ସିଟିର ବାସ୍ତବ ଚିତ୍ର ଆପଣ ଜାଣିପାରିବେ ।

ଦେଖନ୍ତୁ ବର୍ଷା ପରେ ଏହି ବୃଦ୍ଧ ବ୍ୟକ୍ତି ଜଣକ ପାହାଚ ତଳକୁ ପାଦ ରଖୁ ରଖୁ ତାଙ୍କର ଅବସ୍ଥା କିପରି ହେଉଛି । ବର୍ଷା ହେବା ପରେ ପାଣିରେ ଭର୍ତ୍ତି ହୋଇଯାଇଥିଲା ପୁରା ରାସ୍ତା | ରାସ୍ତାରେ ଗର୍ତ୍ତ କେଉଁଠି ଅଛି ତାହା ଜଣାପଡ଼ିନଥିଲା |

ବୃଦ୍ଧ ଜଣକ ପାହାଚ ତଳକୁ ଓହ୍ଲାଇବା ପରେ ଗାତରେ ପଡିଯାଇଛନ୍ତି | ଡ୍ରେନେଜ ସୁବିଧା ନଥିବାରୁ ପାଣି ନିଷ୍କାସନ ନହୋଇ ରାଜରାସ୍ତାରେ ଜମି ରହୁଛି | ବର୍ଷା ଦିନେ କୁତ୍ରିମ ବନ୍ୟା ଘେରରେ ରହୁଥିବା ସିଲଭର ସିଟର ସ୍ଥିତି କେବେ ସୁଧୁରିବ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛିି ।

ସମ୍ବନ୍ଧିତ ଖବର