ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଧଉଳି: ଧଉଳି ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଆଜି ସଂଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ଅଙ୍କୁର ଭୋଇ (୬୬) । ପାରିବାରିକ କଳହକୁ କେନ୍ଦ୍ର କରି ଅଙ୍କୁର ବେକରେ ରଶିବାନ୍ଧି ଆତ୍ମହତ୍ୟା କରିଥିବା ସ୍ଥାନୀୟଲୋକଙ୍କ ସୂତ୍ରରୁ ପ୍ରକାଶ।
ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା । ହେଲେ ପରିବାର ଲୋକ ଅଭିଯୋଗ କରିବାକୁ ମନା କରିବାରୁ ପୁଲିସ ଶବ ବ୍ୟବଚ୍ଛେଦ ନେଇ ହସ୍ପିଟାଲ ପଠାଇବା ପରିବର୍ତ୍ତେ ଫେରି ଆସିଥିବା ସୂଚନା ମିଳିଛି । ତେଣୁ ଥାନାରେ ଏନେଇ କୌଣସି ମାମଲା ରୁଜୁ ହୋଇ ନାହିଁ ।

ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ଜଣା ପଡ଼ିନଥିବା ବେଳେ ଘରୋଇ କଳହକୁ କେନ୍ଦ୍ର କରି ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି । ଅପରାହ୍ନରେ ଅଙ୍କୁର ଘରୁ ରାଗିକରି ପଳାଇ ଆସିଥିଲେ । ଏହାପରେ ଘର ନିକଟସ୍ଥ ତୋଟା ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର