ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା, ମା’ଙ୍କ ପୂଜାର ସିଧା ପ୍ରସାରଣ

ଭୁବନେଶ୍ବର: ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ଚଳିତ ବର୍ଷ ୬୫ ବର୍ଷରେ ପଦାର୍ପଣ କରିଛି। ଗୁରୁବାରଠାରୁ ଏଠାରେ ପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶନାର୍ଥୀମାନେ ମାନେ ପୂଜା ଦର୍ଶନରୁ ବଞ୍ଚିତ ହେବେ ନାହିଁ। ପୂଜା କମିଟି ପକ୍ଷରୁ ଦେବୀଙ୍କ ଦର୍ଶନ ପାଇଁ ଫେସବୁକ୍‌ରେ ସିଧା ପ୍ରସାରଣ କରାଯିବ ବୋଲି ପୂଜା କମିଟିର ସଭାପତି ଗଣେଶ ପ୍ରସାଦ ସାହୁ କହିଛନ୍ତି। ଚଳିତବର୍ଷ କଟକଣା ଯୋଗୁଁ ମା’ଙ୍କୁ ମଣ୍ଡପ ମଧ୍ୟରେ ୪ ପାଖ ଆଢ଼ୁଆଳ କରି ପୂଜା ବିଧି ଅନୁଷ୍ଠିତ ହେବ। ତେଣୁ ଶ୍ରଦ୍ଧାଳୁମାନେ ଯେପରି ମା’ଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ପୂଜାର ସିଧାପ୍ରସାରଣର ବ୍ୟବସ୍ଥା ହୋଇଛି। ଏଥର ଛପା ଯାଇଥିବା ନିମନ୍ତ୍ରଣ ପତ୍ରରେ କରୋନାରୁ ବର୍ତିବା ପାଇଁ ସଚେତନତା ବାର୍ତା ଦିଆଯାଇଛି। ପୁରୁଣା ପୂଜା କମିଟି ହୋଇଥିବାରୁ ଆକର୍ଷଣୀୟ ‌ତୋରଣ ଓ ମା’ଙ୍କୁ ଚାନ୍ଦି ଅଳଙ୍କାରରେ ସୁସଜ୍ଜିତ କରାଯାଏ। ଏଥର କିନ୍ତୁ ମା’ଙ୍କ ଉଚ୍ଚତା ୪ ଫୁଟରେ ସୀମିତ ଥିବାରୁ ଅଳଙ୍କାର ବ୍ୟବହାର କରାଯାଉନାହିଁ ବୋଲି ଶ୍ରୀ ସାହୁ କହିିଛନ୍ତି।

ଶାଢ଼ି ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ମା’ଙ୍କ ପୂଜା ବିଧି ମୁତାବକ ଆୟୋଜନ କରାଯିବ। ମାତ୍ର ଭିଡ଼ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଶାଢ଼ି ପୂଜା ପାଇଁ ଅନୁମତି ମିଳିବ ନାହିଁ ବୋଲି ଆଗରୁ କୁହାଯାଇଥିଲା। ଏବେ କିନ୍ତୁ ନିଷ୍ପତ୍ତି ପରେ ସ୍ବତନ୍ତ୍ର ଭାବେ ଶାଢ଼ି ପୂଜାର ବ୍ୟବସ୍ଥା କରବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ ଶାଢ଼ି ଓ ଶଙ୍ଖା ପୂଜା କରିବାକୁ ଚାହିଁବେ, ସେମାନେ ପୂଜା କମିଟିର ସଦସ୍ୟମାନଙ୍କ ସହଯୋଗରେ ଶାଢ଼ି ପଠାଇ ପୂଜା କରାଇ ନେଇପାରିବେ। ଏଥିପାଇଁ ପୂଜା କମିଟିର ସଦସ୍ୟବୃନ୍ଦ ଶାଢ଼ି ନେଇ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯିବ।
ଦୀପକ କୁମାର ଜେନା (ସମ୍ପାଦକ)

ସମ୍ବନ୍ଧିତ ଖବର