ପୁରାତନ ଛାତ୍ରଛାତ୍ରୀଙ୍କ ଚିତ୍ର ପ୍ରଦର୍ଶନୀ

ଚନ୍ଦ୍ରଶେଖରପୁର: ସାଧାରଣ ଜୀବନଠାରୁ କଳାକାର ଜୀବନ ଏକ ସ୍ୱତନ୍ତ୍ର ଉପଲବ୍ଧି। ନିରାଶା ମଧ୍ୟରେ କଳାକାରଟିଏ ଆଶାର ସନ୍ଧାନ କରିପାରେ। ବିକେ କଲେଜ ଅଫ ଆର୍ଟସ୍‌ ଆଣ୍ଡ କ୍ରାଫ୍ଟସରୁ ୧୯୯୩ ମସିହାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏପରି ମତ ପ୍ରକାଶ ପାଇଥିଲା। ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରିରେ ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ପରସ୍ପରକୁ ଦେଖି ଭାବବିହ୍ଵଳ ହୋଇ ପଡ଼ିଥିଲେ। ଏହି ଅବସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ବିକେ କଲେଜର ତତ୍କାଳୀନ ଅଧ୍ୟାପକ ବଳଦେବ ମହାରଥା, ଜୟନ୍ତ କୁମାର ଦାସ ଏବଂ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଦିବଂଗତ ଛାତ୍ର ରାଜେନ୍ଦ୍ର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧିତ ଖବର