ପୁରୁଣା ଭୁବନେଶ୍ୱର: ସାରା ବିଶ୍ବରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ହେଲେ ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ହାଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର କଡ଼ରେ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଏହି ହାଟରେ ପରିବା ଓ ତେଜରାତି ସାମଗ୍ରୀ କିଣିବାକୁ ଭିଡ଼ ଦେଖିବାକୁ ମିଳିଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ହାଟରେ ପ୍ରବଳ ଭିଡ଼ ହେଉଛି। ଭୁବନେଶ୍ୱର ମହାନଗର ନିଗମ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଦୈନିକ ହାଟ ଭାବେ ଘୋଷଣା କଲେ ଏପରି ପରିସ୍ଥିତି ଉପୁଜିନଥାନ୍ତା ବୋଲି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି। ଏନେଇ ବିଏମ୍ସି, ମନ୍ଦିର ପ୍ରଶାସନ କିମ୍ବା ପୁଲିସ କେହି ସତର୍କ ନଥିବାରୁ ଲୋକଙ୍କ ଭିଡ଼ ହେଉଛି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି, ହାଟରେ ବ୍ୟବସାୟୀଙ୍କୁ ୨ମିଟର ଦୂରତାରେ ବସି ବ୍ୟବସୟ କରିବାକୁ କୁହାଯାଇଥିଲା। ହେଲେ ଲୋକ ଏହାକୁ ମାନିଲେ ନାହିଁ। ଦୈନିକ ହାଟ ପାଇଁ ପଦକ୍ଷେପ ନିଆଯିବ। ଏନେଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କୁହନ୍ତି ବ୍ୟବସାୟୀ ଦୂରତାରେ ବସିଲେ ମଧ୍ୟ ଲୋକ ଅଧିକ ଆସି ଭିଡ଼ କରିବାରୁ ସନ୍ଧ୍ୟାରୁ ବନ୍ଦ କରାଯାଇଛି। ହାଟକୁ ନୂଆ ମାର୍କେଟ ନିକଟ ରାସ୍ତା କଡ଼କୁ ଉଠାଇବା ପାଇଁ ନିର୍ଦେଶ ଜାରି କରାଯାଇଛି। ତେବେ ସାପ୍ତାହିକ ହାଟ ବଦଳରେ ଦୈନିକ ହାଟ ହେଲେ ଏପରି ପରିସ୍ଥିତି ଉପୁଜିବ ନାହିଁ ବୋଲି ବିଭିନ୍ନ ନିଯୋଗ ପ୍ରତିନିଧି କହିଛନ୍ତି।
ସାପ୍ତାହିକ ହାଟରେ ଭିଡ଼, ସାମାଜିକ ଦୂରତା ମାନିଲେନି
/sambad/media/post_attachments/wp-content/uploads/2020/03/98cg7jg7jdg98j7dg98j798dgjdgjdgjdgjdgjdgjdjgdjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)