ଖଣ୍ଡଗିରି : ଶନିବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଦରପଦା ଗାଁର ବିଦ୍ୟାଧର ଦାସ (୭୦)। ଏକ ବାଇକ୍ ଧକ୍କାରେ ତାଙ୍କ ମୃତ୍ୟୁ ଘଟିଛି। ବିଦ୍ୟାଧରଙ୍କ ପୁଅ ଛବି କିଶୋର ଦାସ ତମାଣ୍ଡୋରେ ରହି ଗାଡ଼ି ଚାଳକ ଭାବେ କାମ କରନ୍ତି। ଦୁଇ ଦିନ ତଳେ ବିଦ୍ୟାଧର ପୁଅ ପାଖକୁ କୌଣସି କାମରେ ଆସିଥିଲେ। ଆଜି ସେ ତମାଣ୍ଡୋ ବଜାର ଓଭରବ୍ରିଜ୍ ଉପର ଦେଇ ରାଜପଥ ପାର୍ ହେଉଥିବାବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଏକ ସିବିଜେଡ୍ ବାଇକ୍(ଓଆର୍୦୨ବିଏକ୍ସ-୦୫୬୮) ବିଦ୍ୟାଧରଙ୍କୁ ପିଟିଥିଲା। ଫଳରେ ଉଭୟ ଗୁରୁତର ହୋଇ ରାଜପଥରେ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ପଠାଯାଇଥିଲା। କିନ୍ତୁ ସେଠାରେ ବିଦ୍ୟାଧରଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତମାଣ୍ଡୋ ଥାନ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ବାଇକ୍ ଧକ୍କାରେ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2018/01/ded.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)