ଚନ୍ଦ୍ରଶେଖରପୁର: ରବୀନ୍ଦ୍ର ମଣ୍ଡପ ଓ ଅନ୍ୟ କିଛି ମଞ୍ଚରେ ୯ଥର ମଞ୍ଚସ୍ଥ ହୋଇଥିବା ନାଟକ ଏବେ ଚଳଚ୍ଚିତ୍ର ରୂପ ନେବାକୁ ଯାଉଛି। ଗୀତାଞ୍ଜଳି ପ୍ରଡକ୍ସନ୍ରେ ‘ଓଲେ ଓଲେ ଦିଲ୍ ବୋଲେ’ ନାଁରେ ଏହା ରୂପେଲି ପରଦାକୁ ଆସିବ। ଯାହାର ନିର୍ଦେଶନା ଦେଇଛନ୍ତି କୌଳାସ ମହାପାତ୍ର। ବିଭୂତି ଭୂଷଣ ଷଡ଼ଙ୍ଗୀ ଏହାର ପ୍ରଜୋଯନା ଦାୟିତ୍ୱ ନେଇଛନ୍ତି। ଏଥିରେ କୁକୁର ଚରିତ୍ରକୁ ନେଇ ଏକ ଦମଦାର ଗୀତ ରହିଛି ବୋଲି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଜ୍ୟୋତି ଏବଂ ଝିଲିକ୍ ନାୟକ ଓ ନାୟିକା ଭୂମିକାର ଅଛନ୍ତି। ବିଜୟ ମହାନ୍ତି, ଚୌଧରୀ ବିକାଶ ଦାସ ଓ ପ୍ରତିଭା ସାହୁ ଏହାର ଅନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ତେବେ ସାମ୍ବାଦିକ ନିରଞ୍ଜନ ରେଡ୍ଡୀ ଏହାର କାହାଣୀ ରଚନା କରିଛନ୍ତି। ସଂଳାପରେ ନିରଞ୍ଜନଙ୍କ ସହ ଅନ୍ତର୍ଯ୍ୟାମୀ କାର୍ଯ୍ୟକରିଛନ୍ତି। ଆଜି ଅନୁଷ୍ଠିତ ଚଳଚ୍ଚିତ୍ରର ମହୁରତ ଉତ୍ସବରେ ବରିଷ୍ଠ ନାଟ୍ୟକାର ବିଜୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ମାସରେ ଏହି ଚଳଚ୍ଚିତ୍ର ତା’ର ସମସ୍ତ ସୁଟିଂ କାର୍ଯ୍ୟଶେଷକରି ମୁକ୍ତିଲାଭ ପାଇଁ ପୋଷ୍ଟ୍ ପ୍ରଡକ୍ସ୍ନ କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ପ୍ରଡ଼କ୍ସ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ଯେ, ଏହି ଚଳଚ୍ଚିତ୍ରରେ କୌଣସି ରିମେକ୍ ନାହିଁ। ପ୍ରଥମଥର ପାଇଁ ଓଲିଉଡ୍ରେ ନାକଟ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ତିଆରି ହେଉଛି। ଉପସ୍ଥିତ ସମସ୍ତ କଳାକାର ଏହା ଏକ ଭଲ ଫିଲ୍ମ କାହାଣୀ ହେବ ବୋଲି ମତ ଦେଇଛନ୍ତି। ଆଜି ଏହି ଚଳଚ୍ଚିତ୍ରର ମହୁରତ ଚନ୍ଦ୍ରଶେଖରପୁର ଈଶାନେଶ୍ୱର ମନ୍ଦିରରେ ହୋଇଥିବା ବେଳେ ଏକ ତାରକା ହୋଟେଲ୍ରେ ଏହାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ନାଟକରୁ ଫିଲ୍ମ ହେବ ‘ଓଲେ ଓଲେ ଦିଲ୍ ବୋଲେ’
/sambad/media/post_attachments/wp-content/uploads/2018/01/Ole-Ole-Dil-Bole-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)