‘ଓଲେ ଓଲେ ଦିଲ୍‌ ବୋଲେ’ର ଅଡିଓ ଉନ୍ମୋଚିତ

ଭୁବନେଶ୍ୱର: ପ୍ରେମ ଓ ପାରିବାରିକ କାହାଣୀକୁ ନେଇ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓଲେ ଓଲେ ଦିଲ୍‌ ବୋଲେ’ର ଅଡ଼ିଓ ଏକ ସ୍ଥାନୀୟ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଗୀତାଞ୍ଜଳି ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ‘ଓଲେ ଓଲେ ଦିଲ୍‌ ବୋଲେ.., ‘ଲଭ୍‌ ଫିବର.., ନଥିଲା ତୋତେ ଜଣା.., ‘ତୋ ପଛରେ କୁକୁର ଲଗେଇ ଦେବି.. ଭଳି ୫ଟି ଗୀତ ରହିଛି। ଗୀତିକାର ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଗୀତଗୁଡ଼ିକୁ ଲେଖିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଗାଇଛନ୍ତି ଉଦିତ୍‌ ନାରାୟଣ, ଲୋପାମୁଦ୍ରା, ଅନନ୍ୟା, ଦୀପ୍ତିରେଖା, ଆଶୁତୋଷ, ସୋମେଶ ଓ ବିଶ୍ୱଜିତ ପ୍ରମୁଖ କଣ୍ଠଶିଳ୍ପୀ। ସମସ୍ତ ଗୀତ ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ସୁଟିଂ ହୋଇଥିବା ବେଳେ ଏଥିରେ ଜ୍ୟୋତି-ଝିଲିକ୍‌ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏଥିସହ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଚୌଧୁରୀ ବିକାଶ ଦାସ, ପ୍ରତିଭା ସାହୁଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ନିରଂଜନ ରେଡ୍ଡୀ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବା ବେଳେ ନିର୍ଦେଶନା ଦେଇଛନ୍ତି। କୈଳାସ ମହାପାତ୍ର। ଏପ୍ରିଲ୍‌ ୧୩ରେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିବ।

ସମ୍ବନ୍ଧିତ ଖବର