ତାତିଲେ ଓମଫେଡ୍‌ ବୁଥ୍ ଏଜେଣ୍ଟ, ଅଢ଼େଇ ହଜାର ବୁଥ୍‌କୁ ସ୍ଥାୟୀ ସ୍ଥାନ ପ୍ରଦାନ ପାଇଁ ନିବେଦନ

ଚନ୍ଦ୍ରଶେଖରପୁର: ଓମଫେଡ୍‌ ବୁଥ୍‌ରେ ଏଜେଣ୍ଟମାନଙ୍କୁ କମିସନ୍‌ ବାବଦକୁ ୪ ଟଙ୍କା, ସେମାନଙ୍କ ବୁଥ୍‌କୁ ସ୍ଥାୟୀ ସ୍ଥାନ ପ୍ରଦାନ କରାଯାଉ। ସପ୍ତାହକ ମଧ୍ୟରେ ଓମଫେଡ୍‌ କର୍ତ୍ତୃପକ୍ଷ ଦାବି ପୂରଣ ନ କଲେ ଓ‌ମଫେଡ୍‌ ଉତ୍ପାଦକ ବନ୍ଦ କରିବା ସହ ଚନ୍ଦ୍ରଶେଖରପୁରସ୍ଥିତ ଓମଫେଡ୍‌ ପ୍ଲାଣ୍ଟ୍ ଆଗରେ ଧାରଣା ଦିଆଯିବ। ରାଜଧାନୀ ଓମଫେଡ୍‌ ବୁଥ୍ ଏଜେଣ୍ଟ୍ ଟ୍ରଷ୍ଟ ପକ୍ଷରୁ ଗାଡ଼କଣ ଗୁରୁ କେଳୁଚରଣ ମହାପାତ୍ର ପାର୍କ ନିକଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାସହ ଏହି ୨ମୁଖ୍ୟ ଦାବି ସମେତ ମୋଟ ୧୦ଟି ଦାବି ସମ୍ବଳିତ ଏକ ପତ୍ର ଓମଫେଡ୍‌ ଡିଜିଏମ୍ ମାର୍କେଟିଂ ଓ ଏମ୍‌ଡିଙ୍କୁ ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଭୁବନେଶ୍ବର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଓ ସଂପାଦକ ସନ୍ଦୀପ୍ତ କୁମାର ସ୍ବାଇଁ ଉପସ୍ଥିତ ରହି ୧୦ଦଫା ଦାବି ଉପସ୍ଥାପନ କରିବା ସହ ସାଧାରଣ ପ୍ରଶାସନ ବିଭାଗ ଓ‌ମଫେଡ୍‌ କର୍ତ୍ତୃକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ଭୁବନେଶ୍ବରରେ ଥିବା ଅଢ଼େଇ ହଜାର ବୁଥ୍‌କୁ ସ୍ଥାୟୀ ସ୍ଥାନ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଥିଲେ। ଶତାଧିକ ଏଜେଣ୍ଟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର