ଭୁବନେଶ୍ୱର: ଜୟଦେବବିହାର ଜଗନ୍ନାଥ ନଗର ଲେନ୍ ୧୨ରେ ଥିବା ଓମ୍ଫେଡ୍ ବୁଥ୍କୁ ଜବରଦସ୍ତ ଭାଙ୍ଗି ଦେଇଛି ବିଏମ୍ସି। ଏହାର ଲାଇସେନ୍ସ ସହ ଅନ୍ୟ ସମସ୍ତ କାଗଜପତ୍ର ଠିକ୍ ଥିଲେ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ରଖି ବିଏମ୍ସି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଷ୍ଟଲ୍ ଲାଇସେନ୍ସ ହୋଲ୍ଡର ମଧୁସ୍ମିତା ଆଚାର୍ଯ୍ୟ ବିଏମ୍ସି କମିସନରଙ୍କଠୁ ଆରମ୍ଭ କରି ମେୟର, ମୁଖ୍ୟମନ୍ତ୍ରୀ, ଓଏଚ୍ଆରସିରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ମୁତାବକ, ୨୦୦୯ ମସିହାରେ ମଧୁସ୍ମିତାଙ୍କୁ ଏହି ଓମ୍ଫେଡ୍ ବୁଥ୍(ନଂ ୫୯୪) ମିଳିଥିଲା। ଏଥିପାଇଁ ବିଏମ୍ସି ଟ୍ରେଡ୍ ଲାଇସେନ୍ସ ମଧ୍ୟ ଦେଇଥିଲା। ତତ୍କାଳୀନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସୁପାରିଶକ୍ରମେ ବୁଥ୍କୁ ବିଜୁଳି ସଂଯୋଗ ମଧ୍ୟ ମିଳିଥିଲା। ସେବେଠାରୁ ସେ ଏଠାରେ ବ୍ୟବସାୟ କରୁଥିଲେ। କିନ୍ତୁ ବିଏମ୍ସିର ଜେଡ୍ଡିସି ରବିନାରାୟଣ ଜେଠୀ ଗତ ମାସ ୩୦ ତାରିଖରେ ସଦଳବଳେ ଆସି ଭାଙ୍ଗି ଦେଇଥିଲେ। ବିନା ନୋଟିସ୍ରେ ଏହି ବୁଥ୍ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି। ରାସ୍ତା ପ୍ରଶସ୍ତୀକରଣ ନାମରେ ଏହାକୁ ଭାଙ୍ଗି ଦେଇଥିବା କହୁଥିଲେ ମଧ୍ୟ ଏହା ପଛରେ ରାଜନୈତିକ ଅଭିସନ୍ଧି ଥିବା ସେ କହିଛନ୍ତି। ଓମ୍ଫେଡ୍ ବୁଥ୍ରେ ହେଉଥିବା ବ୍ୟବସାୟରେ ତାଙ୍କର ପରିବାର ପ୍ରତିପୋଷଣ ହେଉଥିବାରୁ ସେ ଏବେ ଦୁଃଖରେ ଚଳୁଥିବା କହିଛନ୍ତି। ତେବେ ଏ ନେଇ କର୍ତ୍ତୃପକ୍ଷଙ୍କ ମତାମତ ସଂଗ୍ରହ କରିବା ସମ୍ଭବ ହୋଇ ନାହିଁ।
ରାସ୍ତା ପ୍ରଶସ୍ତି ଆଳରେ ଓମ୍ଫେଡ୍ ଷ୍ଟଲ ଭାଙ୍ଗିଦେଲେ
/sambad/media/post_attachments/wp-content/uploads/2022/07/29-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)