ଭୁବନେଶ୍ବର: ଓଡ଼ିଶାର ଅନ୍ୟ ତିନୋଟି ସରକାରୀ ତାଲିମ କେନ୍ଦ୍ର ସହିତ ଓମଫେଡ୍‌ ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା କୃତ୍ରିମ ପ୍ରଜନନ ତାଲିମ କେନ୍ଦ୍ର ମାନ୍ୟତା ପ୍ରଦାନ କରାଯାଇଛି। ଜଗନ୍ନାଥପୁରର ଏହି ଓମଫେଡ୍‌ ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ମତ୍ସ୍ୟ ପଶୁସମ୍ପଦ ଓ ଗୋପାଳନ ମନ୍ତ୍ରାଳୟର ପର୍ଯ୍ୟବେକ୍ଷକମାନେ ପରିଦର୍ଶନ କରିଛନ୍ତି।

Advertisment

ଏଠାରେ ପ୍ରଦାନ କରାଯାଉଥିବା ତାଲିମ କାର୍ଯ୍ୟକ୍ରମର ସେମାନେ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓମଫେଡ୍‌ ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ରରେ ନିଜସ୍ବ ପ୍ରଶିକ୍ଷଣ ସହ ପଞ୍ଚାୟତିରାଜ ବିଭାଗ ପ୍ରତିନିଧିମାନଙ୍କ ତାଲିମ, ମତ୍ସ୍ୟ ଚାଷୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ଓମ୍‌ଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନା, ଉପମହାପ୍ରବନ୍ଧକ ଜୟକୃଷ୍ଣ ପଟ୍ଟନାୟକ, ତାଲିମ କେନ୍ଦ୍ର ପରିଚାଳିକା ହରପ୍ରିୟା ଦାଶ, ପଶୁ ସମ୍ପଦ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି।