ଭୁବନେଶ୍ବର : ରାଜଧାନୀରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା। ଗତକାଲି ବମିଖାଲ ଜୟଦୁର୍ଗା ନଗର ଓ ଭିଏସ୍‌ଏସ୍‌ ନଗରର ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଦିନ ଖଣ୍ଡଗିରି ଅଞ୍ଚଳରେ ଏକକାଳୀନ ୮ ଜଣ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରିସ୍ଥିତ କସ୍‌ମୋପଲିସ୍‌ ଆପାର୍ଟମେଣ୍ଟରୁ ଏହି ୮ ଜଣଙ୍କୁ ଚିହ୍ନଟ କରା‌ଯିବା ପରେ ସେଠାରେ ୪ଟି ଫ୍ଲାଟ୍‌କୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

Advertisment

ବୁଧବାର ଦିନ କସ୍‌ମୋପଲିସ୍‌ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ଏହି ଫ୍ଲାଟ୍‌ଗୁଡ଼ିକରୁ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଏମସି ସୂଚନା ମୁତାବକ, ଏହି କଣ୍ଟେନମେଣ୍ଟ ଜୋନ୍‌କୁ ବାହାର ଲୋକଙ୍କ ପ୍ରବେଶ ବାରଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ମଧ୍ୟ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଭିତରେ ଯଦି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ରହିଛି, ସେଗୁଡ଼ିକୁ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୌଣସି ସମସ୍ୟା ପାଇଁ ଏଠାକାର ବାସିନ୍ଦାମାନେ ୱାର୍ଡ ଅଫିସର ଜେଡ୍‌ ଆବେଦିନ୍‌ଙ୍କୁ ଯୋଗାଯୋଗ(ମୋ-୯୯୩୮୮୪୮୫୯୯) କରିପାରିବେ ବୋଲି କୁହାଯାଇଛି। ଡାକ୍ତରୀ ସହାୟତା ପାଇଁ ଆର୍‌ଆର୍‌ଟି ଡା. ଦୀପ୍ତିମାନ ବେହେରା ଦାୟିତ୍ବରେ ଅଛନ୍ତି। ଖଣ୍ଡଗିରିରେ ଏନେଇ ଆଜି ଭୟର ବାତାବରଣ ସୃଷ୍ଟି ହୋଇଛି।