‘ଓଁ କଳିଙ୍ଗ କଳା ପରିଷଦ’ର ବାର୍ଷିକ ଉତ୍ସବ: ନୃତ୍ୟରେ ଶିବ ତାଣ୍ଡବ

ଭୁବନେଶ୍ୱର: ‘ଓଁ କଳିଙ୍ଗ କଳା ପରିଷଦ’ର ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ ଏବଂ ନ୍ୟୁଜଓ୍ଵାର୍ଲ୍ଡ ଓଡ଼ିଶା ଟିଭିର ମୁଖ୍ୟ ସମ୍ପାଦକ ଭକ୍ତ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି କହିିଲେ, ବହି ଯଦି ବ୍ୟବହାର ନ ହୁଏ, ତାହା ଉଇ ଖାଇଯାଏ; ସେମିତି ସଙ୍ଗୀତ ଏବଂ ନୃତ୍ୟ ପରିବେଷିତ ନହେଲେ ଏହି କଳାଗୁଡ଼ିକ ମରିଯାଏ। ସେଥିପାଇଁ ଏହି ପରମ୍ପରାକୁ ବଞ୍ଚାଇ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି ଅତିଥିମାନେ କହିଥିଲେ। ୮୦ ଜଣ ଶିଳ୍ପୀ ଓଡ଼ିଶୀ ନୃତ୍ୟ ମଙ୍ଗଳା ଚରଣରେ ‘ଶିବ ତାଣ୍ଡବ’, ଅଭିନୟ ‘ ତା’କୁ ଚାହାଁନା.., ଲଗ୍ନମନ୍ତ୍ର, ମୋହନ ମୂରତି, ଗୀତଗୋବିନ୍ଦ ରତିସୁଖସାରେ, ବଂଶୀଧ୍ୱନି ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଅଭିନେତ୍ରୀ ଦେବକୀ ଅରୁନ୍ଧତୀ, ଉପସ୍ଥାପିକା ସୁଲଗ୍ନା ରାଉତରାୟ, ପ୍ରଯୋଜକ ଶ୍ରୀଜିତ୍‌ ଶତପଥୀ, କଣ୍ଠଶିଳ୍ପୀ ଶଶାଙ୍କ ଶେଖରଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ସୁଧାଂଶୁ ମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ରଶ୍ମି ମିଶ୍ର ଅତିଥି ପରିଚୟ ଦେଇଥିଲେ। କମଳାକାନ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦିକା ଆରାଧନା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର