ଯୁବତୀଙ୍କୁ ଅସଦାଚରଣ, ଜଣେ ଗିରଫ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଉତ୍ତରପ୍ରଦେଶ ହାମିରପୁର ଜିଲ୍ଲା ଜରିଆ ଥାନା ସଲିଳ ଗ୍ରାମର କାଳୁ ହରିଜନ(୨୮)କୁ ଗିରଫ କରିଛି। ଯୁବତୀଜଣଙ୍କ ପୂର୍ବାହ୍ନରେ ଲିଙ୍ଗରାଜଙ୍କ ଦର୍ଶନ ସାରି ଆସୁଥିବା ବେଳେ କାଳୁ ପଛପଟୁ ଆସି ତାଙ୍କୁ ଅସଦାଚରଣ କରିଥିଲା। ସ୍ଥାନୀୟ ଲୋକ କାଳୁକୁ ଉତ୍ତମ ମଧ୍ୟମ ଦେବା ସହ ଥାନାରେ ଜଣାଇଥିଲେ।

ସମ୍ବନ୍ଧିତ ଖବର