ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଖାରବଳେନଗର ଥାନା କେଶରୀ ଟକିଜ୍ ନିକଟରେ ଏହି ଆପରାଧିକ ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ବହୁ ମାରଣାସ୍ତ୍ର ଜବତ କରିଛି। ସେ ହେଲା, ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳର ରୁଦ୍ରଜିତ୍ ମହାପାତ୍ର ଓରଫ ରାଜା ଓରଫ ରୁଦ୍ର(୨୫)।
ସୂଚନା ମୁତାବକ, ଗତ ୧୩ ତାରିଖ ସଂଧ୍ୟାରେ ୟୁନିଟ୍-୩ ଅଞ୍ଚଳର ବିଶ୍ବଜିତ୍ ମହାନ୍ତି ସାଙ୍ଗମାନଙ୍କ ସହ କେଶରୀ ଟକିଜ୍ ନିକଟରେ ଠିଆ ହୋଇଥିବା ବେଳେ ୮ରୁ ୯ଜଣ ଯୁବକଙ୍କ ସହ ରୁଦ୍ର ସେଠାରେ ପହଞ୍ଚିଥିଲା। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲା। ପ୍ରତିବାଦ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। କିଛି ସମୟ ପରେ ଉଭୟ ଗୋଷ୍ଠୀ ସେଠାରୁ ପଳାଇଥିଲେ। ରୁଦ୍ର ଚନ୍ଦ୍ରଶେଖରପୁର ଅଭିମୁଖେ ସ୍କୁଟିରେ ଯାଉଥିବା ବେଳେ ଏମ୍ବିଏସ୍ ସ୍କୁଲ୍ ନିକଟରେ ୬ରୁ ୭ଟି ବାଇକ୍ରେ ୮ ରୁ ୯ଜଣ ଯୁବକ ତାଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ ହକି ଷ୍ଟିକ୍, ଖଣ୍ଡା, ଟ୍ୟୁବ୍ ଲାଇଟ୍ ଏବଂ ଲୁହାରଡ୍ରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ବିଶ୍ବଜିତ୍ଙ୍କ ହାତ ଭାଙ୍ଗିଯିବା ସହ ମୁଣ୍ଡ ଫାଟି ଯାଇଥିଲା। ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ରୁଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ୫ଜଣ ସହଯୋଗୀଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ମହିଳାଙ୍କୁ ଆକ୍ରମଣ କରି ଲୁଟିଲେ
ଭୁବନେଶ୍ବର : ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଥମିବାର ନା ଧରୁନି। କାହାକୁ ଗାଡ଼ିରୁ ଠେଲି ଲୁଟିଲେଣି ତ କାହାକୁ ମାଡ଼ମାରି। ପୁଣି କାହାକୁ ମାରଣାସ୍ତ୍ର ଦେଖାଇ। ପ୍ରତିଦିନ ଲୁଟ୍ପାଟ କରି ପୁଲିସ ନିଦ ତ ହଜାଇଲେଣି। ଲୋକ ବି ଘରୁ ବାହାରିବାକୁ ଭୟ କଲେଣି। ସୈନିକ ସ୍କୁଲ୍ ନିକଟରେ ଜଣେ ମହିଳାଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ବୟାନ କରୁଛି।
ସୂଚନା ମୁତାବକ, ଗୁରୁବାର ସକାଳ ୬ଟା ସମୟରେ ମହିଳା ଜଣଙ୍କ ମନ୍ଦିରରୁ ପୂଜା ସାରି ସୈନିକ ସ୍କୁଲ୍ ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଏକ କଳା ପର୍ଲସରରେ ଦୁଇ ଲୁଟେରା ତାଙ୍କୁ ପିଛା କରିଥିଲେ। ନିଛାଟିଆ ସୁଯୋଗପାଇ ତାଙ୍କୁ ଧକ୍କା ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କୁ ମାଡ଼ମାରି ସୁନାହାର ଓ ପର୍ସ ଛଡ଼ାଇନେଇଥିଲେ। ମହିଳା ପାଟିକରି ଲୋକଙ୍କୁ ଡ଼ାକିବା ବେଳକୁ ଉଭୟ ଆଖିପିଛୁଳାକେ ସେଠାରୁ ଫେରାର୍ ହୋଇଯାଇଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/arrest.jpg)