ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକଜଣଙ୍କ ହେଲେ ଖୋର୍ଧା ବେଗୁନିଆ ଗୋଲପାଟଣାର ପ୍ରମୋଦ କୁମାର ସାବତ ଓରଫ ମିଟୁ(୨୪)। ଏଠାରେ ସେ ନୀଳାଦ୍ରିବିହାର ଲୁମ୍ବିନୀ ବିହାର ନିକଟ ମଙ୍ଗଳା ବସ୍ତିରେ ପରିବାର ସହ ରହୁଥିଲା। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକ ଜଣଙ୍କ ସେଠାରୁ ଫେରାର୍ ହୋଇଯାଇଛି। ବୁଧବାର ବିଧାୟକ ପ୍ରାର୍ଥିନୀ ଅପରାଜିତା ମହାନ୍ତିଙ୍କ ପ୍ରଚାରଗାଡ଼ି ମଙ୍ଗଳା ବସ୍ତି ଭିତରକୁ ଯିବା ବେଳେ ସେଠାକାର ଯୁବକମାନେ ବିରୋଧ କରିଥିଲେ। ପରେ ସେମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୧୧ ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଏବେ ବି ସଙ୍କାପନ୍ନ। ଏନେଇ ବିଜେପି କର୍ମୀ ସୁଶାନ୍ତ ସାବତ ଓ ମାନସୀ ମଞ୍ଜରୀ ରାୟପାଢ଼ୀ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ବିଶ୍ବରଂଜନ ନାୟକ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରମୋଦକୁ ଗିରଫ କରିଥିଲେ।
ବିଜେପି କର୍ମୀଙ୍କୁ ମାଡ଼ ଘଟଣା: ଜଣେ ଗିରଫ
/sambad/media/post_attachments/wp-content/uploads/2019/04/tapas-cspur-mngala-basti-gaNDAGOLA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)