ଦୁଇ ପରିବାର ମଧ୍ୟରେ ହଣାକଟା ଘଟଣା: ଆଉ ଜଣେ ଗିରଫ

ଭୁବନେଶ୍ବର : ପାରିବାରିକ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ଘଟଣାରେ ଭରତପୁର ଥାନା ପୁଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଭରତପୁର ଅଞ୍ଚଳର କୃଷ୍ଣ ସାହୁ(୨୮)।

ସୂଚନା ମୁତାବକ, କୃଷ୍ଣଙ୍କ ଭାଇ କୁନା ସ୍ଥାନୀୟ ଅଞ୍ଚଳର ନିବାସୀ ମାଝୀଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। କୌଣସି କାରଣକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା। ଫଳରେ କୁନାଙ୍କ ପତ୍ନୀ ଘରଛାଡ଼ି ବାପଘରକୁ ଚାଲିଆସିଥିଲେ। ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ଦେଖାଦେଇଥିବା ବିବାଦ ସମ୍ପର୍କକୁ ଅଧିକ ତିକ୍ତ କରିଥିଲା। ଗତ ଅକ୍ଟୋବର ମାସରେ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ। ଯୁକ୍ତିତର୍କରୁ ହଣାକଟା ପର୍ଯ୍ୟନ୍ତ କଥା ବଢ଼ିଥିଲା। ଉଭୟ ପରିବାର ୫ଜଣ ଆହତ ହୋଇଥିଲେ। ଏନେଇ ଦୁଇ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ୩ଜଣଙ୍କୁ ଗିରଫ କରିଥିଲା। ତେବେ ଆଜି କୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର