ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ମହତାବ ରୋଡ୍‌‌‌ରେ ଥିବା ଏକ ସୁନା ଦୋକାନରୁ ଲୁଟ୍‌ ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, କଟକ ନରସିଂହପୁର ଅଞ୍ଚଳର ପ୍ରଦ୍ୟୁମ୍ନ ରାଉତ(୩୨)। ସେ ଟଙ୍କପାଣି ରୋଡ୍‌ ଚିଲି ପୋଖରୀ ନିକଟରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ପ୍ରଦ୍ୟୁମ୍ନ ଗତ ୧ ତାରିଖରେ ମହତାବ ରୋଡ୍‌ ନିକଟ ଏକ ଜୁଏଲାରୀ ଦୋକାନକୁ ସୁନା କିଣିବାକୁ ସ୍ତ୍ରୀ ଓ ପୁଅ ସହ ଯାଇଥିଲା। ସେଠାରେ ସୁନା ଦେଖିବା ବେଳେ ୨ଗ୍ରାମର ଏକ ଲକେଟ୍‌କୁ ଲୁଚାଇ ନେଇଥିଲେ।

Advertisment

ମା’କୁ ମାଡ଼ ମାରି ପୁଅ ଗିରଫ
ଭୁବନେଶ୍ବର :ମା’କୁ ମାଡ଼ ମାରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ପୁଅକୁ ଗିରଫ କରିଛି। ସେ ହେଲା, ୟୁନିଟ୍‌-୬ ସଡ଼କ ବସ୍ତିର ଦିଲ୍ଲୀପ ନାୟକ(୨୬)। ଶନିବାର ରାତିରେ ଦିଲ୍ଲୀପ ନିଶାସକ୍ତ ଅବସ୍ତାରେ ଆସି ଘରେ ଗାଳିଗୁଲଜ କରିଥିଲା। ମା’ ହାଡ଼ିଆଣି ଦେଇ ନାୟକ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି।