ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଜଣେ ଅଟୋ ଚାଳକଙ୍କୁ ଛୁରିରେ ଆକ୍ରମଣ କରି ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଏହି ମାମଲାରେ ଖାରବେଳନଗର ଥାନା ପୁଲିସ ଜଣକୁ ଗିରଫ କରିଛି। ସେ ହେଲା, ୟୁନିଟ୍-୩ର ତୋଫାନ ସେଠୀ।
ସୂଚନାନୁଯାୟୀ, ଗତକାଲି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଜଣେ ଅଟୋ ଚାଳକ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ତୋଫାନ ଏକ ଛୁରି ଦେଖାଇ ତାଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ସେ ଟଙ୍କା ନ ଦେବାରୁ ତୋଫାନ ତାଙ୍କ ହାତକୁ ଆକ୍ରମଣ କରି ନଗଦ ୨୩ଶହ ଟଙ୍କା ଲୁଟି ନେଇଥିଲା ବୋଲି ଅଟୋ ଚାଳକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଆଜି ତୋଫାନକୁ ଗିରଫ କରିଥିଲା। ତୋଫାନ ବିରୋଧରେ ୩ଟି ଲୁଟ୍ ଓ ଡକାୟତି ମାମଲା ରହିଛି। ସେ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ପୁଲିସ୍ ତା’ ବିରୋଧରେ ୧୧୦ ଦଫା ଲଗାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/arrest.jpg)