ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ କେଦାରପଲ୍ଲୀ ବସ୍ତିର ରାଜୁ ନାୟକ(୨୫)ଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଗତ କିଛି ଦିନ ହେବ ରାଜୁ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଶୁକ୍ରବାର ମହିଳାଜଣଙ୍କ କୌଣସି କାମରେ ଆସିଥିବା ବେଳେ ରାଜୁ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲା। ମହିଳାଜଣଙ୍କ ପାଟି କରିବାରୁ ରାଜୁ ସେଠାରୁ ଫେରାର୍‌ ହୋଇଥିଲା। ଏ ସଂପର୍କରେ ମହିଳାଜଣଙ୍କ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର