ଦାଦାବଟି ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର : ଦାଦାବଟି ମାଗି ଆକ୍ରମଣ କରିବା ଅଭିଯୋଗ‌ରେ କ୍ୟାପିଟାଲ ଥାନା ପୁଲିସ ବାପୁଜୀନଗର କେଦାରପଲ୍ଲୀ ବସ୍ତିରେ ରହୁଥିବା ନୟାଗଡ଼ର ଅମର ଘଡ଼େଇ ଓରଫ୍ କାହ୍ନୁକୁ ଗିରଫ କରିଛି। ଦାଦାବଟି ନାଁରେ ଛଡ଼ାଇ ନେଇଥିବା ୩୪ ଶହ ଟଙ୍କାରୁ ପୁଲିସ ତା’ଠାରୁ ୨୮ଶହ ଟଙ୍କା ଜବତ କରିଛି।

ପୁଲିସ ସୂଚନାନୁସାରେ ଗତ ୩୦ ତାରିଖ ଅପରାହ୍ନ ସାଢ଼େ ୩ଟା ବେଳେ ରବି ଟକିଜ୍ ଅଞ୍ଚଳର ରବି ନାୟକ କିଛି ଏକ ନମ୍ବର ହାଟରୁ ଘରକୁ ଫେରୁଥିଲେ। ଶିଶୁଭବନ ଛକ ନିକଟରେ କାହ୍ନୁ ତାଙ୍କୁ ଅଟକାଇ ମାଡ଼ ମାରିବା ସହ ଜୋର୍‌ କରି ପକେଟ୍‌ରୁ ପର୍ସ ଛଡ଼ାଇନେଇଥିଲା। ପର୍ସରେ ୩୪ ଶହ ଟଙ୍କା ଥିଲା। ଏନେଇ ରବି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସ କେଦାରପଲ୍ଲୀ ବସ୍ତିରେ ଚଢ଼ଉ କରି କାହ୍ନୁକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ ଏଯାଏ କମିସନରେଟ୍‌ ପୁଲିସ ୧୭୧ଟି ଦାଦାବଟି ମାମଲାରେ ୧୮୫ ଜଣଙ୍କୁ ଗିରଫ କରିସାରିଲାଣି। ଦାଦାବଟି ସମ୍ପର୍କରେ ପୁଲିସକୁ ଫୋନ୍‌ ନମ୍ବର ୭୦୭୭୭୯୮୧୧୧ରେ ଯୋଗାଯୋଗ କରିବାକୁ କମିସନରେଟ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି।

ସମ୍ବନ୍ଧିତ ଖବର