ଭୁବନେଶ୍ବର: ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍ ଦରବୃଦ୍ଧି ଲାଗୁ ହୋଇଛି। କିଛି ଦିନ ପୂର୍ବରୁ ହସ୍ପିଟାଲର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଫଳରେ ଆଜିଠାରୁ ରୋଗୀମାନଙ୍କୁ ବର୍ଦ୍ଧିତ ଦର ଅନୁସାରେ ହସ୍ପିଟାଲରେ ରହିବାକୁ ପଡ଼ିବ। ପୂର୍ବରୁ କ୍ୟାବିନ୍ ଦର ୩୫୦ଟଙ୍କା ଥିବା ବେଳେ ଏବେ ୫ଶହ ଟଙ୍କା, ନର୍ସିଂ ହୋମ୍ ୭ ଶହ ଟଙ୍କାରୁ ୧ହଜାର ଟଙ୍କା, ସ୍ବତନ୍ତ୍ର କ୍ୟାବିନ୍ ୪୫୦ଟଙ୍କାରୁ ୭ଶହ, ଏମ୍ସିଏଚ୍ ସେମି କ୍ୟାବିନ୍ ୫ଶହ ଟଙ୍କାରୁ ୭ଶହ ଟଙ୍କା, ଏମସିଏଚ୍ କ୍ୟାବିନ୍ ୭ଶହ ଟଙ୍କାରୁ ୧ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ହସ୍ପିଟାଲ କର୍ତୃପକ୍ଷ ଆଜି ଏହି ରେଟ୍ ଚାର୍ଟକୁ ହସ୍ପିଟାଲ ପରିସରରେ ଲଗାଇଛନ୍ତି। ହସ୍ପିଟାଲ କର୍ତୃପକ୍ଷଙ୍କ ଦରବୃଦ୍ଧି ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବ। ଅପରପକ୍ଷେ କ୍ୟାପିଟାଲ୍ ଥାନା ପୁଲିସ ଆଜି ହସ୍ପଟାଲ୍ରୁ ଆଉ ଜଣେ ଦଲାଲକୁ ଗିରଫ କରିଛି। ସେ ହେଲା ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ସରୋଜ କୁମାର ପ୍ରଧାନ(୪୫)। ପୁଲିସ ସୂଚନା ମୁତାବକ, ସରୋଜ ନିଜକୁ ହସ୍ପିଟାଲ୍ର କର୍ମଚାରୀ ବୋଲି ପରିଚୟ ଦେଇ ରୋଗୀମାନଙ୍କୁ ଘରୋଇ ପାଥୋଲୋଜିକୁ ପଠାଉଥିଲା।
କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ ଲାଗୁ ହେଲା ଦରବୃଦ୍ଧି: କ୍ୟାବିନ୍ ସମେତ ଏମ୍ସିଏଚ୍ କ୍ୟାବିନ୍ ଦର ବଢ଼ିଲା
ଆଉ ଜଣେ ଦଲାଲ ଗିରଫ