ଭୁବନେଶ୍ୱର: ଆଜି ରାଜଧାନୀର ବିଭିନ୍ନ ସ୍ଥାନରୁ ପୁଲିସ ୩ଟି ମୃତଦେହ ଜବତ କରିଛି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ରାଜଧାନୀର ଶ୍ରୀଲିଙ୍ଗରାଜ, କ୍ୟାପିଟାଲ, ଖଣ୍ଡଗିରି ଥାନାରେ ୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନାନୁଯାୟୀ, ସୋମବାର କ୍ୟାପିଟାଲ ଥାନା ଅଧୀନ ୟୁନିଟ୍-୮ ଅଞ୍ଚଳର ଭାଗ୍ୟଶ୍ରୀ ସାମଲ ନାମକ ଜଣେ ଯୁବତୀ ବାଥରୁମ୍ରେ ପଡ଼ି ଅଚେତ ହୋଇ ଯାଇଥିଲେ। ପରିବାରଲୋକ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍ ଛକ ମଦ ଦୋକନ ପଛ ପାଖରେ ଥିବା କେନାଲ କଡ଼ରେ ଏକ ଅଜଣା ଯୁବକର ମୃତଦେହ ପୁଲିସ ଜବତ କରିଛି। ଯୁବକଙ୍କ ବୟସ ପ୍ରାୟ ୪୫ବର୍ଷ ହେବ ବୋଲି ପୁଲିସ ଅନୁମାନ କରାଯାଉଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ଉପସ୍ଥିତିରେ ପ୍ରଦୀପ ସେବା ଟ୍ରଷ୍ଟ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସେହିପରି ଖଣ୍ଡଗିରି ଥାନା ଅଧୀନ ବୈଷ୍ଣବ ମାତା ଏନ୍କ୍ଲେଭରୁ ପୁଲିସ ଆଜି ଭୋର୍ରେ ବିପିନ୍ ବେହେରା (୨୫)ଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନରେ ଥିବା ବଉଳା ଗାଁରେ। ସେ ଏଠାରେ ଗତ କିଛି ଦିନ ହେବ ସିକ୍ୟୁରୁଟି ଗାର୍ଡ କାମ କରୁଥିଲେ। ସବୁଦିନ ଭଳି ସୋମବାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟୁଟି ପାଇଁ ଆସିଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ସେ ଅଚେତ ହୋଇ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ତାଙ୍କୁ ପରିବାର ଲୋକଙ୍କୁ ଖବର ଦେଇ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।
ଗୋଟଏ ଦିନରେ ୩ ଅପମୃତ୍ୟୁ
/sambad/media/post_attachments/wp-content/uploads/2018/07/deadudy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)